ଦୁବାଇ: ଦୁବାଇରେ ଏସିଆ କପ୍ ୨୦୨୫ର ଲିଗ୍ ମ୍ୟାଚରେ ଭାରତୀୟ ଦଳଠାରୁ ପାକିସ୍ତାନ କ୍ରିକେଟ୍ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଭାରତୀୟ ଦଳ ଏହି ବିଜୟକୁ ଅପରେସନ ସିନ୍ଦୂରରେ ସାମିଲ ଥିବା ଯବାନମାନଙ୍କୁ ଉତ୍ସର୍ଗ କରିଥିବା ବେଳେ ପାକିସ୍ତାନର ପରାଜୟକୁ ନେଇ ପାକିସ୍ତାନୀ ପ୍ରଶଂସକମାନେ କଡ଼ା ସମାଲୋଚନା କରିଛନ୍ତି।
ମ୍ୟାଚକୁ ନେଇ ପାକିସ୍ତାନର ଜଣେ ପ୍ରଶଂସକ କହିଛନ୍ତି, "ଭାରତ ବିଶ୍ୱର ସର୍ବୋତ୍ତମ ଦଳ। ସେମାନେ ଆମ ପିଲାମାନଙ୍କ ସହିତ ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ। ମୋ ମତରେ ପାକିସ୍ତାନର ଦଳ ହେଉଛି ଛୁଆଙ୍କ ଦଳ।"
ଅନ୍ୟ ଜଣେ ପ୍ରଶଂସକ କହିଛନ୍ତି, "ମୁଁ ମ୍ୟାଚ୍ ମିସ୍ କରେନାହିଁ, କିନ୍ତୁ ଆମର ଦଳ ଆମକୁ ବାରମ୍ବାର ଅପମାନିତ କରୁଛି। ମାଇକ୍ ହେସନ କ'ଣ କରୁଛନ୍ତି? ସେ ବୋଲରମାନଙ୍କୁ ବ୍ୟାଟସମ୍ୟାନ ଏବଂ ବ୍ୟାଟସମ୍ୟାନମାନଙ୍କୁ ବୋଲରରେ ପରିଣତ କରୁଛନ୍ତି। ଏହି ଦଳକୁ ଯଥାଶୀଘ୍ର ବନ୍ଦ କରାଯାଉ।ପାକିସ୍ତାନ ଦଳର ମ୍ୟାଚ ଦେଖି ମୋର ମୁଣ୍ଡବିନ୍ଧା ହେଉଛି, କିନ୍ତୁ ଏହି ଖେଳାଳିମାନେ ସୁଧୁରିବାର ନାମ ନେଉ ନାହାନ୍ତି। ଗତ ପାଞ୍ଚ ବର୍ଷ ଧରି ସମାନ ଭୁଲ ଦୋହରାଇ ଆସୁଛନ୍ତି।’
ମ୍ୟାଚ୍ ବିଷୟରେ କହିବାକୁ ଗଲେ, ପାକିସ୍ତାନ ଦଳ କେବଳ ୧୨୭ ରନ କରିଥିବା ବେଳେ ଭାରତ ୧୬ତମ ଓଭରରେ ୭ ୱିକେଟ ହରାଇ ୧୨୮ରନର ଲକ୍ଷ୍ୟ ହାସଲ କରିଥିଲା। ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/15/7fdb6c74-869f-4b6c-8e00-87720866b05c-2025-09-15-16-52-22.jpg)