ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପ୍ରଫେସର ଭାବେ ଜଣାଶୁଣା ପାକ୍ ଖେଳାଳି ମହମ୍ମଦ ହାଫିଜ୍

ନୂଆଦିଲ୍ଲୀ: ପାକିସ୍ତାନର ଅଲରାଉଣ୍ଡର ତଥା ସିନିୟର କ୍ରିକେଟର ମହମ୍ମଦ ହାଫିଜ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଫେସର ଭାବେ ଜଣାଶୁଣା ମହମ୍ମଦ ହାଫିଜ୍ ସୋମବାର ଏଭଳି ଏକ ନିଷ୍ପତ୍ତି ନେଇ ପ୍ରଂଶସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ଗତ ୧୮ ବର୍ଷ ହେବ ପାକିସ୍ତାନ ପାଇଁ କ୍ରିକେଟ ଖେଳି ଆସୁଥିଲେ ମହମ୍ମଦ ହାଫିଜ । ଆଉ ଆଜି ନିଜ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରୁ ଅବସର ନେଇଥିଲେ ମଧ୍ୟ ଅନ୍ୟ ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳିବେ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ୪୧ ବର୍ଷୀୟ ମହମ୍ମଦ ହାଫିଜ୍ ୨୦୦୩ରେ ଜିମ୍ବାୱେ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେହିଭଳି ୨୦୨୧ ଟି-୨୦ ବିଶ୍ୱକପ ସେମିଫାଇନାଲ ହାଫିଜଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ରହିଥିଲା । ଏଯାବତ୍ ହାଫିଜ୍ ୫୫ଟି ଟେଷ୍ଟ, ୨୧୮ଟି ଦିନିକିଆ ଓ ୧୧୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ନିଜ କ୍ରିକେଟ କ୍ୟାରିୟରରେ ହାଫିଜ୍ ୩୨ ଥର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଟାଇଟଲ ହାତେଇଛନ୍ତି ।

Pakistan all-rounder Mohammad Hafeez announces retirement from international  cricket | Sports News,The Indian Express
indianexpress

ଗତ କିଛି ବର୍ଷ ହେବ ମହମ୍ମଦ ହାଫିଜ୍ ଲିଗ୍ କ୍ରିକେଟରେ ବେଶ ସକ୍ରିୟ ରହିଛନ୍ତି । ଶ୍ରୀଲଙ୍କା ପ୍ରିମିୟର ଲିଗ୍, ପାକିସ୍ତାନ ସୁପର ଲିଗ୍, କାରିବିଆନ ପ୍ରିମିୟର ଲିଗ୍ ଭଳି ଟୁର୍ଣ୍ଣାମେଣ୍ଟରେ ହାଫିଜଙ୍କ ଜଲୱା ଦେଖିବାକୁ ମିଳୁଛି । ନିଜ ୧୮ ବର୍ଷ କ୍ରିକେଟ କ୍ୟାରିୟରରେ ହାଫିଜ ୪୦ଟି ଭିନ୍ନ ଭିନ୍ନ ଦଳ ତରଫରୁ କ୍ରିକେଟ ଖେଳିଛନ୍ତି । ଯାହା ମଧ୍ୟରେ ଫ୍ରାଞ୍ଜାଇଜ କ୍ରିକେଟ ବ୍ୟତୀତ, ଲିଗ୍ ଓ କାଉଣ୍ଟିଂ ଦଳ ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର