ଭାରତଠାରୁ କାହିଁକି ହାରିଲା ପାକିସ୍ତାନ, ପାକ ପ୍ରଶଂସକ ରାଗିକି କହିଲେ ଭିନ୍ନ କାରଣ

ମାଞ୍ଚେଷ୍ଟର: ଆଇସିସି ବିଶ୍ୱକପ ୨୦୧୯ର ସବୁଠାରୁ ବଡ ମୁକାବିଲା ରବିବାର ଦିନ ମାଞ୍ଚେଷ୍ଟରରେ ଖେଳାଯାଇଥିଲା | ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଥିଲା | ତେବେ ଏହି ମ୍ୟାଚରେ ଭାରତ କେବଳ ବିଜୟ ହାସଲ କରିନଥିଲା ବରଂ ଏକ ବିଶାଳ ରନ ପାହାଡ଼ ମଧ୍ୟ ଠିଆ କରିଥିଲା | ତେବେ ଏବେ ଏମିତି କିଛି ଫଟୋ ଭାଇରଲ ହୋଇଛି ଯାହାକୁ ନେଇ ପାକିସ୍ତାନ ପ୍ରଶଂସକ ଉତକ୍ଷିପ୍ତ ହୋଇଯାଇଛନ୍ତି |

ଭାରତ ସହ ମ୍ୟାଚ ପୂର୍ବରୁ ପାକିସ୍ତାନ ଖେଳାଳିଙ୍କ କିଛି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ନେଇ ପାକିସ୍ତାନ କ୍ରୀଡ଼ାପ୍ରେମୀ ଖୋଲାଖୋଲି କହିଛନ୍ତି ଯେ ପାକିସ୍ତାନ ତ ହାରିବାର ଥିଲା | ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଭାରତ ସହ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟର ପ୍ରସିଦ୍ଧ ସୀସା କାଫେରେ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିଲେ | ଏଥିରେ ପାକିସ୍ତାନ ଖେଳାଳିଙ୍କ ସହ ତାଙ୍କ ପରିବାର ବର୍ଗ ମଧ୍ୟ ସାମିଲ ହୋଇଥିଲେ | ଏଥିରେ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ ଓ ତାଙ୍କ ପତ୍ନୀ ତଥା ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ମଧ୍ୟ ନଜର ଆସିଛନ୍ତି |

ସେହିପରି ଏହି ଚିତ୍ରରେ ପାକିସ୍ତାନୀ ଖେଳାଳି ହୁକ୍କା ସେବନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି | ଏହାକୁ ନେଇ ପାକିସ୍ତାନ କ୍ରୀଡ଼ାପ୍ରେମୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ସେମାନଙ୍କ କହିବା କଥା ଭାରତ ସହ ମୁକାବିଲା ପୂର୍ବରୁ ଅଭ୍ୟାସ ନ କରି କିଭଳି କାଫେରେ ପାର୍ଟି କରୁଥିଲେ | ଏହି ଭିଡିଓ ଭାଇରଲ ହେବା ପରେ ସାନିଆ ଆପତ୍ତି ଉଠାଇଛନ୍ତି | ସେ ଟ୍ୱିଟ କରି କହିଛନ୍ତି ଯେ ଏହି ଭିଡିଓ ତାଙ୍କ ଅଜାଣତରେ ସୁଟିଂ କରାଯାଇଛି, ଯାହାକି ତାଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଭଳି ହୋଇଛି |

ସମ୍ବନ୍ଧିତ ଖବର