ଦୁବାଇ : ଆଇସିସି ଦିନିକିଆ ମାନ୍ୟତାରେ ପାକିସ୍ତାନ ଏକ ନମ୍ବର ଦଳ ବନିଯାଇଛି। ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ଜିତି ୪-୦ର ଅଗ୍ରଣୀ ପାଇବା ପରେ ପରେ ମାନ୍ୟତାର ଶୀର୍ଷ ସ୍ଥାନ କବ୍ଜା କରିନେଇଛି। ନ୍ୟୁଜିଲାଣ୍ଡ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଦିନିକିଆ ରବିବାର ଖେଳାଯିବ।
ପାକିସ୍ତାନ ଶୁକ୍ରବାର ମ୍ୟାଚ୍ ଜିତିବା ପରେ ଏହାର ରେଟିଂ ପଏଣ୍ଟ ସଂଖ୍ୟା ୧୧୩ରେ ପହଞ୍ଚିଥିଲା। ଅଷ୍ଟ୍ରେଲିଆ ଓ ଭାରତ ସହ ସମାନ ୧୧୩ ପଏଣ୍ଟ ରହିଥିଲେ ମଧ୍ୟ ଡେସିମାଲ ପଏଣ୍ଟ ବା କମ୍ ମ୍ୟାଚ୍ ଖେଳିଥିବାରୁ ଶୀର୍ଷରେ ପହଞ୍ଚିଥିଲା। ପାକିସ୍ତାନ ୨୯ ମ୍ୟାଚ୍ରୁ ଏହି ପଏଣ୍ଟ ପାଇଥିଲା ବେଳେ ଅଷ୍ଟ୍ରେଲିଆ ୩୫ ଓ ଭାରତ ୪୭ ମ୍ୟାଚ୍ ଖେଳି ମାନ୍ୟତାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ (୧୧୧ ପଏଣ୍ଟ) ଚତୁର୍ଥ, ନ୍ୟୁଜିଲାଣ୍ଡ (୧୦୭) ପଞ୍ଚମରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Pakistan-captain-Babar-Azam.jpg)