ଆଫଗାନିସ୍ତାନଠୁ ହାରିଲା ପାକିସ୍ତାନ

ସାରଜା : ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ପଡ଼ିଆକୁ ଓହ୍ଲାଇଥିବା ପାକିସ୍ତାନକୁ ଶୁକ୍ରବାର ଆଫଗାନିସ୍ତାନ ପ୍ରଥମ ଟ୍ବେଣ୍ଟି-୨୦ରେ ହରାଇ ଦେଇଛି। ଅଲରାଉଣ୍ଡ୍ ପ୍ରଦର୍ଶନ କରି ଆଫଗାନିସ୍ତାନ ୬ ୱିକେଟ୍‌ ବିଜୟ ସହିତ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ବରିଷ୍ଠ ଖେଳାଳି ମହମ୍ମଦ ନବି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୯୨/୯ (ଇମଦ ୱାସିମ୍-୧୮, ସାଇମ୍‌ ଆୟୂବ-୧୭, ତୟାବ ତାହିର୍‌-୧୬, ସଦାବ ଖାନ୍‌-୧୨, ମୁଜୀବ ଉର୍ ରହମାନ-୨/୨୯, ମହମ୍ମଦ ନବି-୨/୧୨, ଫଜଲହକ୍‌-୨/୧୩, ରସିଦ୍‌ ଖାନ୍‌-୧/୧୫, ନବୀନ ଉଲ୍ ହକ୍‌-୧/୧୯, ଆଜମାତୁଲ୍ଲା ଓମରଜାଇ-୧/୨୦)। ଆଫଗାନିସ୍ତାନ ୧୭.୫ ଓଭରରେ ୯୮/୪ (ମହମ୍ମଦ ନବି-୩୮*, ନଜିବୁଲା ଜଦ୍ରାନ-୧୭*, ଇସାନୁଲ୍ଲା-୨/୧୭, ଇମଦ ୱାସିମ୍-୧/୧୧, ନସିମ୍ ସାହା-୧/୨୭)।

ସମ୍ବନ୍ଧିତ ଖବର