ଦିନିକିଆ ମାନ୍ୟତା: ଚତୁର୍ଥକୁ ଉଠିଲା ପାକିସ୍ତାନ

ଦୁବାଇ: ୱେ‌‌ଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳା ମୂଳପୋଛ କରିବା ପରେ ପାକିସ୍ତାନ (୧୦୬ ପଏଣ୍ଟ) ଆଇସିସି ମାନ୍ୟତାରେ ଗୋଟିଏ ସ୍ଥାନ ଉଠି ଚତୁର୍ଥରେ ପହଞ୍ଚିଛି। ପୂର୍ବରୁ ଚତୁର୍ଥରେ ଥିବା ଭାରତ (୧୦୫) ପଞ୍ଚମକୁ ଖସିଛି। ଏମାନଙ୍କ ଆଗରେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଯଥାକ୍ରମେ ପ୍ରଥମ ୩ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ ପାକିସ୍ତାନର ବାବର ଆଜମ ଓ ଇମ‌ାମ ଉଲ୍‌ ହକ୍‌ ପ୍ରଥମ ଓ ତୃତୀୟ ସ୍ଥାନରେ ଥିଲା ବେଳେ ଭରତର ବିରାଟ କୋହଲି ଦ୍ବିତୀୟ ଓ ରୋହିତ ଶର୍ମା ଚତୁର୍ଥରେ ସ୍ଥିର ରହିଛନ୍ତି। ବୋଲିଂ ଭାରତର ଯଶପ୍ରୀତ ବୁମ୍‌ରା (ପଞ୍ଚମ) ଏବଂ ଅଲ୍‌ରାଉଣ୍ଡରରେ ରବୀନ୍ଦ୍ର ଜାଦେଜା (ଦଶମ) କେବଳ ଶୀର୍ଷ ୧୦ରେ ରହିଛନ୍ତି।

ସମ୍ବନ୍ଧିତ ଖବର