ରାୱଲପିଣ୍ଡି: ହାରିଲା ବାଂଲାଦେଶ, ବିଦା ହେଲା ପାକିସ୍ତାନ । ଚାମ୍ପିୟନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ । ନ୍ୟୁଜିଲାଣ୍ଡ ଠାରୁ ପରାଜୟ ସହ ବାଂଲାଦେଶ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲ ରେସରୁ ବିଦା ହୋଇଛି ।
ଭାରତ ଠାରୁ ପରାଜିତ ହେବା ପରେ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫିରେ ତିଷ୍ଠି ରହିବାକୁ ଅନ୍ୟ ଟିମର ଫଳାଫଳ ଉପରେ ନିର୍ଭର କରୁଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଠାରୁ ବାଂଲାଦେଶ ପରାଜିତ ହେବା ପାକିସ୍ତାନର ଆଶାକୁ ଧୂଳିସାତ କରିଛି । ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ୍ ପାକିସ୍ତାନ ପାଇଁ କେବଳ ଔପଚାରିକତା ପାଲଟିଛି ।
ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ବିଦା
- ଜିତିଲା ନ୍ୟୁଜିଲାଣ୍ଡ, ବିଦା ହେଲା ପାକିସ୍ତାନ
- ଚାମ୍ପିୟନ୍ସ ଟ୍ରଫିରୁ ଆୟୋଜକ ଦେଶ ଭାବେ ପାକିସ୍ତାନ ବିଦା
- ଗ୍ରୁପ ଏରୁ ସେମିଫାଇନାଲ ଟିକେଟ ହାତେଇଲେ ଭାରତ ଓ ନ୍ୟୁଜିଲାଣ୍ଡ
- ୨ଟି ଲେଖାଏଁ ପରାଜୟ ସହ ଉଭୟ ପାକିସ୍ତାନ ଓ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବିଦା
- ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ କେବଳ ଔପଚାରିକତାରେ ସୀମିତ
- ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶ ବିଜୟୀ ହୋଇଥିଲେ ପାକିସ୍ତାନର ସେମିଫାଇନାଲ ଆଶା
ଉଜ୍ଜୀବିତ ରହିଥାନ୍ତା
- କିନ୍ତୁ ଏଥିପାଇଁ ଅନ୍ୟ ଦଳର ଫଳାଫଳ ଉପରେ ପାକିସ୍ତାନକୁ ନିର୍ଭର କରିବାକୁ ପଡିଥାନ୍ତା
- ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନିଶ୍ଚିନ୍ତ ବିଜୟ ଆଶା କରିଥାନ୍ତା ପାକିସ୍ତାନ
- ସେହିଭଳି ବାଂଲାଦେଶକୁ ବଡ ବ୍ୟବଧାନରେ ପାକିସ୍ତାନକୁ ହରାଇବାକୁ ପଡିଥାନ୍ତା
- କିନ୍ତୁ ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ରଙ୍କ ଶତକ ପାକିସ୍ତାନର ଆଶା ଧୂଳିସାତ କରିଛି
- ଟୁର୍ଣ୍ଣାମେଣ୍ଟରେ ଏବେ ବି ଭାରତ ଓ ନ୍ୟୁଜିଲାଣ୍ଡ ଅପରାଜେୟ ରହିଛନ୍ତି
- ଶେଷ ମ୍ୟାଚରେ ପରସ୍ପରକୁ ଭେଟିବେ ଭାରତ-ନ୍ୟୁଜିଲାଣ୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/25/sCvNEJni9WVlJOFDAWgv.jpg)