ଲଣ୍ଡନ୍: ରବିବାର ଖେଳାଯିବାକୁ ଥିବା ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ବେଳେ ସ୍ବତନ୍ତ୍ର ଉତ୍ସବ ପାଳିବାକୁ ପାକିସ୍ତାନ ଖେଳାଳିମାନେ ଯୋଜନା କରିଥିବା କଥାକୁ ଦଳର ପ୍ରବଂଧକ ତଲାତ ଅଲୀ ଖଣ୍ଡନ୍ କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ରେ ସ୍ବତନ୍ତ୍ର ଉତ୍ସବ ନ ପାଳିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଖେଳାଳିମାନଙ୍କୁ ଅନୁରୋଧ କରିଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ଆମେ ଲଣ୍ଡନ୍ ଆସିବା ପୂର୍ବରୁ ଇମ୍ରାନ ଖାନ୍ଙ୍କୁ ବାଣି ଗାଲାରେ ଭେଟିଥିଲୁ। ଏହା ପରଠାରୁ ଖେଳାଳିଙ୍କ ସହିତ ତାଙ୍କର କୌଣସି ଯୋଗାଯୋଗ ହୋଇନାହିଁ ବୋଲି କହିଛନ୍ତି ଏହି ପୂର୍ବତନ ଟେଷ୍ଟ୍ ଖେଳାଳି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଦେଇଥିବା ନିର୍ଦେଶନାମାକୁ ଆମେ ମାନି ଚାଲିଛୁ। ଭାରତ ବିପକ୍ଷ ମ୍ୟାଚ୍ ଅନ୍ୟ ମ୍ୟାଚ୍ ଭଳି। ଏହା ନିଶ୍ଚିତ ଏକ ହାଇପ୍ରୋଫାଇଲ୍ ମ୍ୟାଚ୍, କିନ୍ତୁ ଆମେ କ୍ରିକେଟ୍ ଉପରେ ଏକାଗ୍ରତା ରଖିଛୁ, କୌଣସି ରାଜନୀତି ମନରେ ନାହିଁ ବୋଲି ଅଲୀ ପ୍ରକାଶ କରିଥିଲେ। ଗତ ଫେବ୍ରୁଆରି ମାସରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ବିପକ୍ଷ ରାଞ୍ଚି ଦିନିକିଆରେ ସେନା ଟୋପି ପରିଧାନ କରି ଖେଳିଥିଲେ। ଏହାର ଜବାବରେ ପାକିସ୍ତାନୀମାନେ ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ ବେଳେ କିଛି ସ୍ବତନ୍ତ୍ର କରିବାର ଯୋଜନା ରଖିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଭାରତ ବିପକ୍ଷ ମ୍ୟାଚ୍ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ ବୋଲି ମଧ୍ୟ ମୁଖ୍ୟ ଚୟନକର୍ତା ଇଞ୍ଜାମାମ ଉଲ୍ ହକ୍, ଅଧିନାୟକ ସର୍ଫରାଜ ଖାନ୍ ଏବଂ ପ୍ରଶିକ୍ଷକ ମିକି ଆର୍ଥର କହିଛନ୍ତି। ଭଲ କ୍ରିକେଟ୍ ଖେଳିବା ଆମ ଲକ୍ଷ୍ୟ ବୋଲି ଏମାନେ ମତ ଦେଇଛନ୍ତି।
ଭାରତ ମ୍ୟାଚ୍ରେ ସ୍ବତନ୍ତ୍ର ଉତ୍ସବ ଯୋଜନାକୁ ପାକିସ୍ତାନର ଖଣ୍ଡନ
/sambad/media/post_attachments/wp-content/uploads/2019/06/28-06-07-titwood-glasgow-pakistan-coach.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)