ପୁଲୱାମା ପ୍ରଭାବ

ଭାରତ ଆସିବେନି ପାକିସ୍ତାନୀ ବଂଧୁକଚାଳକନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ‌ ଦେଖା ଦେଇଥିବା ଭାରତ-ପାକିସ୍ତାନ ତିକ୍ତ ସମ୍ପର୍କର ପ୍ରଥମ ଶିକାର ହୋଇଛି ବଂଧୁକଚାଳନା ବିଶ୍ବକପ୍‌। ବୁଧବାରଠାରୁ ଦୂଆଦିଲ୍ଲୀରେ ବଂଧୁକଚାଳନା ବିଶ୍ବକପ୍‌ ଆରମ୍ଭ ହେଉଥିବା ବେଳେ ଭାରତୀୟ ଭିସା ଅନୁମୋଦନ ସତ୍ତ୍ବେ ପାକିସ୍ତାନ ଦଳ ଓହରିଯାଇଛି। ତେବେ ଭିସା ଅନୁମୋଦନରେ ବିଳମ୍ବର ଅଭିଯୋଗ ଆଣି ପାକିସ୍ତାନ ଜାତୀୟ ବଂଧୁକଚାଳନା ସଂଘ ଅନ୍ତର୍ଜାତୀୟ ସଂଘ ନିକଟରେ ଅଭିଯୋଗ ବାଢିଛି। ଇସଲାମାବାଦ ସ୍ଥିତି ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ଜଣାଇ ଦିଆଯାଇଥିଲା। କିନ୍ତୁ ଏହା ମିଳିବା ବେଳକୁ ବିଳମ୍ବ ହୋଇଯିବା ଆଶଙ୍କା କରି ପାକିସ୍ତାନ ଓହରିଯାଇଛି। ବଂଧୁକଚାଳନା ବିଶ୍ବକପ୍‌ରେ ଦୁଇ ଜଣ ଖେଳାଳି ମହମ୍ମଦ ଖଲିଲ୍‌ ଅଖତର ଏବଂ ଗୁଲାମ ମୁସ୍ତାଫା ବସିରଙ୍କ ସହିତ ପ୍ରଶିକ୍ଷକ ରଜିର ଅହମ୍ମଦ ୨୦ ତାରିଖରେ ଭାରତ ଆସିବା ଲାଗି ବିମାନ ଟିକେଟ୍ କରିଥିଲେ। ତେବେ ପାକିସ୍ତାନ ବଂଧୁକଚାଳନା ସଂଘ ଉପ ସଭାପତି ଜାଭେଦ ଏସ୍ ଲୋଧିଙ୍କ କହିବା ଅନୁସାରେ ପାକିସ୍ତାନ ଦଳ ଭାରତ ଆସିବ ନାହିଁ।

ସମ୍ବନ୍ଧିତ ଖବର