ମୁଲତାନ : ଆରମ୍ଭ ହୋଇଛି ବହୁଚର୍ଚ୍ଚିତ ଏସିଆ କପ୍ । ପ୍ରଥମ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ପାକିସ୍ତାନର ମୁଲତାନ କ୍ରିକେଟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ଦେଢ ଶତକ ବଳରେ ନେପାଳ ଆଗରେ  ୩୪୩ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ସ୍ଥାପନ କରିଛି ।

Advertisment

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନେପାଳ ଦ​ଳ ଆରମ୍ଭରୁ ଫକର ଜମାନ ଓ ଇମାମ-ଉଲ-ହକଙ୍କ ଓ୍ବିକେଟ ନେଇ ପାକିସ୍ତାନକୁ ଝଟକା ଦେଇଥିଲା । କିନ୍ତୁ ୩ୟ ସ୍ଥାନରେ ଆସିଥିବା ବାବର ଆଜମ୍ ଓ ୪ର୍ଥରେ ଆସିଥିବା ମହମ୍ମଦ ରିଜଓ୍ବାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରିଜଓ୍ବାନ ୪୪ ରନ କରି ଆଉଟ ହୋଇଥିଲେ ବି ବାବରଙ୍କ ବ୍ୟାଟିଂ ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିଲା । ସେ ୧୩୧ଟି ବଲ ଖେଳି ୧୫୧ ରନ କରି ସୋମପାଲ କାମିଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ୬ ନମ୍ବର ସ୍ଥାନରେ ଆସିଥିବା ଇଫତିକାର ଅହମ୍ମଦ ଏକ ଆକର୍ଷଣୀୟ ଇନିଂସ ଖେଳି ମାତ୍ର ୭୧ଟି ବଲରେ ଅପରାଜିତ ୧୦୯ ରନ କରିଥିଲେ । ଏହା ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୩୪୨ରନ କରିଥିଲା ।

ନେପାଳ ପକ୍ଷରୁ ସୋମପାଳ କାମି ୨ଟି ଓ୍ବିକେଟ ନେଇଥିବାବେଳେ କରନ କେସି ଓ ସନ୍ଦୀପ ଲାମିଚାନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।