ପାକିସ୍ତାନକୁ ଦୃଢ଼ ସ୍ଥିତି ଦେଲେ ଆଝାର ଓ ଆସାଦ୍‌

ଆବୁଧାବି ଟେଷ୍ଟ୍‌: ସଂକଟରେ ନ୍ୟୁଜିଲାଣ୍ଡ୍‌

ଆବୁଧାବି: ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ଟେଷ୍ଟ୍‌‌ରେ ଆଝାର ଅଲ୍ଲୀ ଓ ଆସାଦ୍‌ ସଫିକ୍‌ଙ୍କ ଶତକ ବଳରେ ପାକିସ୍ତାନ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ପ୍ରଥମ ପା‌ଳିରେ ନ୍ୟୁଜିଲାଣ୍ଡ୍‌କୁ ୨୭୪ ରନ୍‌ରେ ରୋକିଦେବା ପରେ ଆଝାର (୧୩୪) ଓ ଆସାଦ୍‌ (୧୦୪)ଙ୍କ ଶତକ ସାଙ୍ଗକୁ ଚତୁର୍ଥ ୱିକେଟ୍‌ରେ ଦ୍ବିଶତକୀୟ ଭାଗୀଦାରି ବଳରେ ପାକିସ୍ତାନ ୩୪୮ ରନ୍‌ କରିନେଇଛି। ଫଳରେ ନ୍ୟୁଜିଲାଣ୍ଡ୍‌ଠୁ ୭୪ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇଯାଇଛି। ଉଭୟ ଆଝାର ଓ ଆସାଦ୍‌ ଚତୁର୍ଥ ୱିକେଟ୍‌ରେ ୨୦୧ ରନ୍‌ ଯୋଡ଼ି ସ୍ଥିତି ମଜ୍‌ବୁତ୍‌ କରିଥିଲେ। ଟେଷ୍ଟ୍‌ ପଦାର୍ପଣ କରିଥିବା ସୋମରଭିଲ୍ଲେ ପାକିସ୍ତାନର ସର୍ବାଧିକ ୪ ୱିକେଟ୍‌ ନେଇଥିଲେ। ତେବେ ବୁଧବାର ତୃତୀୟ ଦିବସ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ପାଳିର ୨ ୱିକେଟ୍‌ ହରାଇ ୨୬ ରନ୍‌ କରି ସଂକଟରେ ପଡ଼ିଯାଇଛି। ହାତରେ ୮ ୱିକେଟ୍‌ ଥାଇ ଏବେ ବି ନ୍ୟୁଜିଲାଣ୍ଡ୍‌ ୪୮ ରନ୍‌ ପଛରେ ରହିଛି।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୨୭୪ ଓ ଦ୍ବିତୀୟ ପାଳି: ୧୪ ଓଭରରେ ୨୬/୨ (କେନ୍‌ ୱିଲିୟମ୍‌ସନ୍‌-୧୪,* ୟାସିର୍‌ ଶାହା-୧/୫, ସାହିନ୍‌ ଶାହା ଆଫ୍ରିଦି-୧/୧୧)। ପାକିସ୍ତାନ ପ୍ରଥମ ପାଳି: ୧୩୫ ଓଭରରେ ୩୪୮ (ଆଝାର ଅଲ୍ଲୀ-୧୩୪, ଆସାଦ୍‌ ସଫିକ୍‌-୧୦୪, ସୋମରଭିଲ୍ଲେ-୪/୭୫, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୬୬, ଆଜାଜ୍‌ ପଟେଲ-୨/୧୦୦)।

ସମ୍ବନ୍ଧିତ ଖବର