ପାକିସ୍ତାନ ଧମକ ଦେଇ କହିଲା,‘ଚଳିତବର୍ଷ ଭାରତରେ ଖେଳିବ ନାହିଁ ବିଶ୍ବକପ’

ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଖବର ଆସିଛି କି ପାକିସ୍ତାନ ବାସିନ୍ଦା ଅଟା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏହା ସତ୍ତ୍ବେ ବି ପାକିସ୍ତାନ ଭାରତକୁ ଧମକ ଦେବା ଛାଡ଼ି ନାହିଁ। ଖବର ଆସିଛି କି ଚଳିତବର୍ଷ ଭାରତରେ ବିଶ୍ବକପ ଖେଳିବ ନାହିଁ ବୋଲି ପାକିସ୍ତାନ ଭାରତକୁ ଧମକ ଦେଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। ଭାରତ ଏହାର ଆୟୋଜନ ଦାୟିତ୍ୱ ନେଇଚି। କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଆଇସିସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି।

କୁହାଯାଉଛି କି, ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିସିସିଆଇକୁ ଚଳିତ ବର୍ଷ ଭାରତରେ ଆସି ବିଶ୍ବକପ-୨୦୨୩ ଖେଳିବ ନାହିଁ ବୋଲି ଧମକ ଦେଉଛି।

ପାକିସ୍ତାନ କ୍ରିକେଟ ବୋର୍ଡ କହିଛି,  ଯଦି ଭାରତୀୟ କ୍ରିକେଟଦଳ ଚଳିତ ବର୍ଷ ଅଗଷ୍ଟ ଓ ସେ‌ପ୍ଟେମ୍ବରରେ ଏସିଆ କପ ୨୦୨୩ ମ୍ୟାଚ ଖେଳିବା ପାଇଁ ପାକିସ୍ତାନଗସ୍ତ ନକରେ ତେବେ ପାକିସ୍ତାନ କ୍ରିକେଟ ଦଳ ବି ଅକ୍ଟୋବର ଓ ନଭେମ୍ବରରେ ହେବାକୁ ଥିବା ୨୦୨୩ ବିଶ୍ବକପ-୨୦୨୩ ଖେଳିବା ପାଇଁ ଭାରତ ଯିବ ନାହିଁ। ଆମେ ଚାହୁଁଛୁ ଯେ ବାଂଲାଦେଶ କିମ୍ବା ଶ୍ରୀଲଙ୍କା ଆମ ମ୍ୟାଚ୍‌ଗୁଡ଼ିକର ଆୟୋଜନ କରନ୍ତୁ। ଆମେ ସେଠାରେ ଖେଳିବାକୁ ଚାହୁଁଛୁ, ଭାରତରେ ନୁହେଁ।”

ସମ୍ବନ୍ଧିତ ଖବର