ମୁମ୍ବାଇ: ଫେବ୍ରୁଆରି ୧୫ରେ ଟ୍ବେଣ୍ଟି-୨୦ ବିଶ୍ବକପରେ ହେବାକୁ ଥିବା ଭାରତ ବିପକ୍ଷ ମୁକାବିଲାକୁ ବର୍ଜନ କରିବାକୁ ପାକିସ୍ତାନ ଧମକ ଦେଇଛି। ଖୋଦ୍ ପାକିସ୍ତାନ ସରକାର ଏ ନେଇ ନିଷ୍ପତ୍ତି ଘୋଷଣା କରିଛନ୍ତି। ତେବେ ସେହିଦିନ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ହେବାକୁ ଯାଉଛି ଓ ଏପର୍ଯ୍ୟନ୍ତ ତାହାକୁ ବର୍ଜନ କରିବାକୁ ପାକିସ୍ତାନ ଧମକ ଦେଇନାହିଁ। ସେହି ମ୍ୟାଚ୍ଟି ଏସିସି ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ୍ର ଏକ ଲିଗ୍ ମ୍ୟାଚ୍।
ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆରମ୍ଭ ହେବ ପ୍ରତିଯୋଗିତା
ଏହି ପ୍ରତିଯୋଗିତାଟି ଚଳିତ ମାସ ୧୩ ତାରିଖରୁ ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାରତ-ଏ ଓ ପାକିସ୍ତାନ-ଏକୁ ଗ୍ରୁପ୍-ଏରେ ରଖାଯାଇଛି । ଏହି ଗ୍ରୁପ୍ରେ ନେପାଳ ଓ ୟୁଏଇ ମଧ୍ୟ ଅଛନ୍ତି। ପ୍ରଥମ ଦିନ ଭାରତ-ଏ ୟୁଏଇକୁ ଓ ପାକିସ୍ତାନ-ଏ ନେପାଳକୁ ଭେଟିବ। ୧୫ ତାରିଖରେ ଥାଇଲାଣ୍ଡର ବ୍ୟାଙ୍କକ୍ରେ ଭାରତ-ଏ ମହିଳା ଦଳ ପାକିସ୍ତାନ-ଏକୁ ଭେଟିବ। ପାକିସ୍ତାନ ପକ୍ଷରୁ ବିଶ୍ବକପ୍ ଭାରତ ବିପକ୍ଷ ହାଇପ୍ରୋଫାଇଲ୍ ମ୍ୟାଚକୁ ବର୍ଜନ କରିବାକୁ ଧମକ ଦିଆଯିବା ପରେ ଏବେ ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏପର୍ଯ୍ୟନ୍ତ ଏହାକୁ ନେଇ ପିସିବି କିମ୍ବା ପାକିସ୍ତାନ ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏପରି ଭାରତ ବିପକ୍ଷ ବିଶ୍ବକପ୍ ମ୍ୟାଚ ବର୍ଜନ ନିଷ୍ପତ୍ତି ଆସିବାର କିଛି ଘଣ୍ଟା ପରେ ପିସିବି ପକ୍ଷରୁ ଏସିଆ କପ୍ ରାଇଜିଂ ଷ୍ଟାର୍ସ ପ୍ରତିଯୋଗିତା ପାଇଁ ଦଳ ଘୋଷଣା କରାଯାଇଥିଲା। ଏଥିରୁ ମନେ କରାଯାଉଛି ଏହି ମ୍ୟାଚ୍ଟି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଖେଳାଯିବ। ତେବେ ସବୁବେଳେ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଉଥିବା ପିସିବି ମୁଖ୍ୟ ମହସିନ ନକଭୀଙ୍କ ପାଇଁ ଏହି ମ୍ୟାଚ୍କୁ ବି ବର୍ଜନ କରିବା ବି ବଡ଼ କଥା ନୁହେଁ।
ଆହୁରି ପଢ଼ନ୍ତୁ: India-US Trade Deal: ଭାରତ ବଜାରରେ ପ୍ରବେଶ କରିପାରିବନି ବିଦେଶୀ କ୍ଷୀର, ଦହି, ଘିଅ... ଜାଣନ୍ତୁ କାରଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/03/ind-vs-pak-2026-02-03-17-15-48.jpg)