ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତୀକ୍ତ ରହିଛି । ଏସବୁ ସତ୍ତ୍ବେ ଏସିଆ କପ୍ ହକି ଖେଳିବାକୁ ଭାରତ ଆସିବ ପାକିସ୍ତାନ ଦଳ । ଏ ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ପ୍ରଦାନ କରାଯାଇଛି ।
କ୍ରୀଡା ମନ୍ତ୍ରାଳୟ ସୁତ୍ରରୁ ଜଣାଯାଇଛି ଯେ କୌଣସି ବହୁରାଷ୍ଟ୍ରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପାକିସ୍ତାନ ସହ ଖେଳିବାରେ କୌଣସି ସମସ୍ୟା ନାହିଁ । ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗିତା କରିବାରେ ଆମେ ପଛକୁ ହଟିପାରିବା ନାହିଁ । କିନ୍ତୁ ଦ୍ବିପାକ୍ଷିକ ସିରିଜ୍ ଖେଳିବାରେ ସମସ୍ୟା ରହିଛି । ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି, ଏହା ସତ୍ତ୍ବେ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ସେମାନେ ଖେଳୁଛନ୍ତି ।
ଏସିଆ କପ୍ ହକି ଆସନ୍ତା ଅଗଷ୍ଟ ୨୭ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିହାରର ରାଜଗୀରରେ ଖେଳାଯିବ । ଏଥିରେ ଭାରତ ସମେତ ୮ଟି ଦଳ ଭାଗ ନେବେ । ଅନ୍ୟ ଦଳମାନେ ହେଲେ ଜାପାନ, ପାକିସ୍ତାନ, ଚୀନ, ମାଲେସିଆ, ଓମାନ, ଦକ୍ଷିଣ କୋରିଆ ଓ ଚାଇନିଜ୍ ତାଇପେ ।
ସୂଚନାଯୋଗ୍ୟ ଯେ, ଏସିଆ କପ୍ ହକି ଆସନ୍ତା ଅଗଷ୍ଟ ୨୭ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବିହାରର ରାଜଗୀରରେ ଖେଳାଯିବ । ଏଥିରେ ଭାରତ ସମେତ ୮ଟି ଦଳ ଭାଗ ନେବେ । ଅନ୍ୟ ଦଳମାନେ ହେଲେ ଜାପାନ, ପାକିସ୍ତାନ, ଚୀନ, ମାଲେସିଆ, ଓମାନ, ଦକ୍ଷିଣ କୋରିଆ ଓ ଚାଇନିଜ୍ ତାଇପେ ।