ଦୁବାଇ: ଏସିଆ କପ୍‌-୨୦୨୫ର ଦଶମ ମୁକାବିଲା ୟୁଏଇ ସହିତ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଡ୍ରାମା କରିଛି। କ୍ରିକେଟ୍‌ ମ୍ୟାଚ୍‌ରେ ଭାରତ ଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାରି ମଧ୍ୟରେ ପିସିବି ୟୁଏଇ ସହିତ ମ୍ୟାଚ୍‌ ପୂର୍ବରୁ ଆଇସିସି ସାମ୍ନାରେ ଦୁଇଟି ପ୍ରମୁଖ ସର୍ତ୍ତ ରଖିଥିଲା। ପାକିସ୍ତାନ କହିଥିଲା, ଯଦି ଦୁଇଟି ଦାବି ପାଳନ କରା ନଯାଏ, ତାହେଲେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସାମିଲ ‌ହେବୁ ନାହିଁ। ମାତ୍ର ଆଇସିସି କୌଣସି ଦାବିକୁ ପାଳନ କରି ନାହିଁ। ଏହା ପରେ ପାକିସ୍ତାନକୁ ପୁଣି ଥରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ଦୁବାଇ ସହିତ ପାକିସ୍ତାନ ମ୍ୟାଚ୍‌ ଖେଳିବା ପାଇଁ ଷ୍ଟାଡିୟମ ଅଭିମୁଖେ ବାହାରିଛି। 

Advertisment

ଆଜି ଏସିଆ କପ-୨୦୨୫ରେ ପାକିସ୍ତାନ ସହିତ ୟୁଏଇ ମ୍ୟାଚ୍ ଖେଳିବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାର ଦଳକୁ ହୋଟେଲରୁ ପଡିଆକୁ ନ ଯିବାକୁ ନିର୍ଦ୍ଦେଶ ଦେଇଥିଲା। ପାକିସ୍ତାନୀ ନ୍ୟୁଜ୍ ଏଜେନ୍ସି ଜିଓ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନୀ ଦଳ ଦୁବାଇ ଷ୍ଟାଡିୟମକୁ ଠିକ୍‌ ସମୟ ମଧ୍ୟରେ ଯାଇ ନଥିଲା।  

ପାକିସ୍ତାନ ଦଳ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମକୁ ଯିବା ପୂର୍ବରୁ ଖେଳାଳିମାନଙ୍କୁ ହୋଟେଲକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମ୍ୟାଚ୍ ରାତି ୮:୦୦ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଖେଲାଳିମାନେ ବିଳମ୍ବରେ ଆସିଥିବାରୁ ମ୍ୟାଚ୍‌ ବିଳମ୍ବ ହେଉଛି। ସାଢ଼େ ୭ଟାରେ ଟସ୍‌ ପଡ଼ିବାର ଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହା ହୋଇପାରି ନାହିଁ।  

ପିସିବି ଅନୁଯାୟୀ, ଆଣ୍ଡି କ୍ରଫ୍ଟ ଟସ୍ ସମୟରେ ପାକିସ୍ତାନୀ ଅଧିନାୟକଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ହାତ ମିଳାଇବାକୁ ଅନୁରୋଧ କରିଥିଲେ। ମ୍ୟାଚ୍ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଦଳ ସହିତ ହାତ ମିଳାଇ ନଥିଲେ। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ଦଳର ନିଷ୍ପତ୍ତିକୁ ସମର୍ଥନ କରି କହିଥିଲେ ଯେ ପାକିସ୍ତାନୀ ଦଳ ସହ ବିଜୟ ପରେ ହାତ ନ ମିଳାଇବା ନିଷ୍ପତ୍ତି ପହଲଗାମ୍ ଆକ୍ରମଣର ସୈନିକ ଏବଂ ଅନ୍ୟ ପୀଡିତଙ୍କ ସମ୍ମାନାର୍ଥେ ନିଆଯାଇଛି।

 Cricket | Asia Cup-2025