ଦକ୍ଷିଣ ଆଫ୍ରିକା ବନାମ ପାକିସ୍ତାନ: ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲେ ପାକ୍‌ ଅଧିନାୟକ ସର୍ଫରାଜ

ନୂଆଦିଲ୍ଲୀ: ଇଂଲଣ୍ଡର ଲର୍ଡସ ଗ୍ରାଉଣ୍ଡ୍‌ଠାରେ ଖେଳା ଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ମ୍ୟାଚରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି କଡ଼ା ମୁକାବିଲା ହେବ। ଖେଳା ଯିବାକୁ ଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତିଛି। ପାକିସ୍ତାନ ଟିମ୍‌ର ଅଧିନାୟକ ସର୍ଫରାଜ ଅହମ୍ମଦ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜି ଲର୍ଡସଠାରେ ପାଗ ଭଲ ରହିଥିବା କାରଣରୁ କ୍ରିକେଟ୍‌ ପ୍ରେମୀମାନଙ୍କ ମଧ୍ୟରେ ମ୍ୟାଚ୍‌ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଏହି ମ୍ୟାଚ୍‌କୁ ନେଇ ପାକ୍‌ ଅଧିନାୟକ ସର୍ଫରାଜ ବେଶ୍‌ ଆଶାବାଦୀ ଥିବା ଦେଖିବାକୁ ମିଳିଛି। ସେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ନିଜର ମତ ରଖି କହିଛନ୍ତି, ‘ଏହି ମ୍ୟାଚ୍‌ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆମେ ଏହାକୁ ପୂରା ଧ୍ୟାନର ସହ ଖେଳିବୁ। ଦଳ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଜି ହାରିସ୍‌ ସୋହେଲ୍‌ ଏବଂ ସାହିନ୍‌ ଶାହା ଆଫ୍ରିଦି ଆମ ସହ ଖେଳୁଛନ୍ତି।’

ସମ୍ବନ୍ଧିତ ଖବର