ଦୁବାଇ: ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଏବଂ ବୋଲିଂ କରିବ ଟିମ୍ ଇଣ୍ଡିଆ ।
ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲଟେଜ ମ୍ୟାଚକୁ ସମସ୍ତଙ୍କର ଅପେକ୍ଷା ରହିଥିଲା । ଆଉ ଠିକ୍ ସମୟରେ ଟସ୍ ପଡିଛି । ଏବେ ସେହି ମୁହୂର୍ତ୍ତ ଆସି ପହଞ୍ଚି ସାରିଛି । ପଡିଆରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନର ଲଢେଇ ଦେଖିବ ସାରା ବିଶ୍ବ । ଦିନ ୨.୩୦ରୁ ଆରମ୍ଭ ହେବ ହାଇଭୋଲଟେଜ୍ ଲଢେଇ । କ୍ରିକେଟପ୍ରେମୀ ଏହି ଦମଦାର ମୁକାବିଲା ଦେଖିବାକୁ ଅନେଇ ରହିଥିବା ବେଳେ ମ୍ୟାଚକୁ ଉତ୍ସାହିତ ଦୁଇ ଦେଶର ଖେଳାଳି ।
/sambad/media/media_files/2025/02/23/Zi1fkcYRwJu455wr2E9w.jpg)
ଭାରତ ୨୦୧୭ର ବଦଲା ୨୦୨୫ରେ ନେବାକୁ ପ୍ରସ୍ତୁତ ଥିବା ବେଳେ ପାକିସ୍ତାନ ପାଇଁ ଦୁବାଇ ଦଙ୍ଗଲ କର ବା ମର ପରିସ୍ଥିତି । କାରଣ କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ଏବେ ପ୍ରବଳ ଚାପରେ ରହିଛି । ପାକିସ୍ତାନ ଏଥର ବିଜେତା ଓ ଆୟୋଜକ ଭାବେ ଖେଳୁଥିବାରୁ ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ବି ପଡ଼ିଛି । ଆଜି ଭାରତ ଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ।
ସେପଟେ କ୍ରିକେଟ୍ ପ୍ରେମୀ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଆଉ ରୋହିତ ବାହିନୀଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି । ଉତ୍ତରପ୍ରଦେଶ ବାରଣାସୀ ଏବଂ ବିହାରରେ କ୍ରିକେଟ୍ ପ୍ରେମୀ ଟିମ୍ ଇଣ୍ଡିଆ ପାଇଁ ହୋମଯଜ୍ଞ କରିଛନ୍ତି । ଭାରତୀୟ ଦଳର ବିଜୟ ପାଇଁ ଶଙ୍ଖ ବଜାଇ ପୂଜାପାଠ କରିଛନ୍ତି । ଦେଶର କୋଣ ଅନୁକୋଣରୁ ଟିମ୍ ଇଣ୍ଡିଆର ବିଜୟ ପାଇଁ ଶୁଭ ମନାସୁଛନ୍ତି ପ୍ରଶଂସକ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/23/bpDwR3kgy3jcB1jbYSlJ.jpg)