ନୂଆଦିଲ୍ଲୀ: ପାକିସ୍ତାନ ପୁଣି ଥରେ ନିଜ ଅସଲ ଚେହେରା ଦେଖାଇଛି। ଭାରତର ବୀର ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ତମାନଙ୍କୁ ବିଶ୍ବକପ୍ ବିଜ୍ଞପାନ ଭିଡିଓରେ ଅପମାନ ଦେଇଛି। ଅଭିନନ୍ଦନ ତାଙ୍କ ସାହସିକତା ପାଇଁ ପୂରା ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି। ହେଲେ ଏହି ଭିଡିଓରେ ପାକିସ୍ତାନ ତାଙ୍କୁ ପରିହାସ ଓ ତାତ୍ସଲ୍ୟ କରିବାକୁ ପଛାଇ ନାହିଁ। ତାଙ୍କ ପ୍ରତି ହୋଇଥିବା ଏହି ଅସମ୍ମାନଜନକ କାର୍ଯ୍ୟ ଏବେ ବିଶ୍ୱ ଦରବାରରେ ଆଲୋଡ଼ନ ସୃଷ୍ଟି କରିଛି। ଚଳିତ ବିଶ୍ୱକପ୍ରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଭାରତ-ପାକ୍ ମ୍ୟାଚ୍କୁ ଦୃଷ୍ଟିରେ ରଖି ପାକିସ୍ତାନ ଅଭିନନ୍ଦନଙ୍କକୁ କଟାକ୍ଷ କରି ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ଭିଡିଓ ପ୍ରକାଶ କରିଛି। ତା’ ସହ ନିଜ ନୀଚ ପଣର ପରିଚୟ ଦେଇଛି। ପାକିସ୍ତାନର ଲଢ଼ୁଆ ଏଫ୍-୧୬ ବିମାନକୁ ଖସାଇ ପାରାସୁଟରେ ଓହ୍ଲାଇଲା ବେଳେ ଅଭିନନ୍ଦନ ଦୁର୍ଭାଗ୍ୟବଶତଃ ପାକିସ୍ତାନ ଅଧିକୃତ କଶ୍ମୀରରେ ଖସି ପଡ଼ିଥିଲେ। ଫଳରେ ସେଠାକାର ଅଧିବାସୀ ତାଙ୍କୁ କବଜା କରି ନେଇଥିଲେ। ପରେ ପାକ୍ ସେନା ତାଙ୍କୁ ଗିରଫ କରି ନେଇଥିଲା। ପାକିସ୍ତାନ କବଳରେ ଥିବା ସମୟରେ ଭାଇରାଲ୍ ହୋଇଥିବା ଵିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଭିଡିଓକୁ ମନେ ପକାଇଲେ ଆପଣ ଏହି ଭିଡିଓ ସହ ରହିଥିବା ସଂଯୋଗକୁ ଠିକ୍ ଭାବେ ବୁଝିପାରିବେ। ସେ ସମୟରେ କମାଣ୍ଡର୍ ଅଭିନନ୍ଦନ ହାତରେ ଏକ ଚା’ କପ୍ ଧରିଥିଲେ। ପାକିସ୍ତାନୀ ସେନା ଅଧିକାରୀ ତାଙ୍କୁ ତାଙ୍କ ବିଷୟରେ ପଚାରିବାରୁ ସେ କେବଳ ‘ମୁଁ ଵିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନ, ଏହା ବ୍ୟତୀତ ଆଉ କୌଣସି ତଥ୍ୟ ଦେଇପାରିବି ନାହିଁ’ ବୋଲି କହିଥିଲେ। ଅଭିନନ୍ଦନଙ୍କର ସେ ସମୟର ଭିଡିଓକୁ କେନ୍ଦ୍ର କରି ଏବେ ପାକିସ୍ତାନର କେତେକ ଛୋଟ ମୋଟ କଳାକାର ଭାରତକୁ ପରିହାସ କଲା ପରି ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଦୃଶ୍ୟମାନ ହୋଇଥିବା ବ୍ୟକ୍ତି ଜଣଙ୍କ ଅଭିନନ୍ଦନଙ୍କ ପରି ନିଶ ରଖିବା ସହ ଭରତୀୟ କ୍ରିକେଟ୍ ଦଳ ପୋଷାକରେ ଦେଖିବାକୁ ମିଳୁଛନ୍ତି। ତାଙ୍କୁ ପଚରାଯାଉଛି ଯେ ଭାରତ ଟସ୍ ଜିତିଲେ କ’ଣ କରିବ? ଅଭିନନ୍ଦନ ବେଶଧାରୀ କଳାକାର ଜଣକ ଉତ୍ତର ଦେଉଛନ୍ତି ଯେ ମୁଁ ଏ ସଂପର୍କରେ କିଛି କହିପାରିବି ନାହିଁ। ଭାରତୀୟ ଦଳ ପକ୍ଷରୁ କେଉଁ ଖେଳାଳିମାନେ ପଡ଼ିଆକୁ ଓହ୍ଲାଉଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ବି ଉତ୍ତର ମିଳିଛି ମୁଁ କହିପାରିବି ନାହିଁ। ତା’ପରେ ତାଙ୍କୁ ଚା’ କିପରି ହୋଇଛି ବୋଲି ପଚରା ଯିବାରୁ ଚା’ ବହୁତ ଭଲ ବୋଲି ସେ ଉତ୍ତର ଦେଉଛନ୍ତି। ତା’ପରେ ତମେ ଏବେ ଯାଇପାର କହିବାରୁ ସେ ଉଠିକରି ଯିବା ସମୟରେ ପଛ ପଟରୁ ତାଙ୍କୁ ଅଟକାଇ କପ୍ ଦେଇ ଯାଅ ବୋଲି କୁହା ଯାଉଥିବାର ଶୁଣିବାକୁ ମିଳିଛି।
ପାକିସ୍ତାନ ବିଶ୍ବକପ୍ ଭିଡିଓରେ ଅଭିନନ୍ଦନଙ୍କୁ ଅପମାନ
/sambad/media/post_attachments/wp-content/uploads/2019/06/Abhinandan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)