ନୂଆଦିଲ୍ଳୀ: ଟେନିସ୍ ତାରକା ସାନିଆ ମିର୍ଜା ଓ ତାଙ୍କ କ୍ରିକେଟର୍ ସ୍ବାମୀ ସୋଏବ ମିଲ୍ଲିକଙ୍କ ସଂପର୍କରେ ତିକ୍ତତା ଆସିଛି ବୋଲି ଶୁଣିବାକୁ ମିଳୁଥିବା ବେଳେ ନିକଟରେ ଉଭୟ ପତିପତ୍ନୀ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ନୂଆ ଭିଡିଓ ସେୟାର୍ କରିଛନ୍ତି।
ଭାରତୀୟ କ୍ରିକେଟର୍ ସୋଏବ ମଲ୍ଲିକ ଓ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ୨୦୧୦ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ। ଅବଶ୍ୟ ଅତୀତରେ ସେ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା ଶୁଣିବାକୁ ମିଳିଥିଲା ମାତ୍ର ତାହା ଏକ ଗୁଜବ ବୋଲି ସେ ଦୁହେଁ ଗଣମାଧ୍ୟମରେ କହି ସାରିଛନ୍ତି।
ନିକଟରେ ସୋଏବ ତାଙ୍କ ଇନ୍ଷ୍ଟା ଆକାଉଣ୍ଟ୍ରେ ଯେଉଁ ଭିଡିଓ ସେୟାର୍ କରିଛନ୍ତି ସେଥିରେ ତାଙ୍କୁ କରାଚିରେ ଏକ ରାମ୍ପ୍ରେ ଚାଲୁଥିବାର ଦେଖିବାକୁ ମିଳିଛି। ସେଠାରେ ସୋଏବଙ୍କ ଷ୍ଟାଇଲ୍ ଏକଦମ ଦେଖିବା ଯୋଗ୍ୟ।
ତେବେ ଭିନ୍ନ ଏକ ଭିଡିଓ ସେୟାର କରିଛନ୍ତି ସାନିଆ। ସେ ଆଜିକାଲି ନଜ କାମରେ ଖୁବ୍ ବ୍ୟସ୍ତ ରହୁଛନ୍ତି। ଯାହାକି ତାଙ୍କ ସୋସିଆଲ୍ ମିଡିଆ ଭିଡିଓରୁ ସ୍ପଷ୍ଟ ଜଣାପଡୁଛି। କିଛି ଦିନ ତଳେ ସାନିଆ ଓ ସୋଏବଙ୍କ ମଧ୍ୟରେ ଛାଡ଼ପତ୍ର ହେବ ବୋଲି ଚର୍ଚ୍ଚା ହେଉଥିଲା।
ହେଲେ ଏହା ପରବର୍ତ୍ତୀ ମୁହୂର୍ତ୍ତରେ ଗୁଜବ ବୋଲି ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ନୀରବ ରହିବା ପରେ ନିଜେ ସୋଏବ କହିଥିଲେ ଯେ ସେମାନଙ୍କ ମଧ୍ୟରେ ସବୁ ଠିକ୍ ଅଛି। ସମୟ କମ୍ ଥିବା ହେତୁ ସେମାନେ ଅଧିକାଂଶ ସମୟ ସାଥୀରେ ନଜର ଆସିପାରୁ ନାହାନ୍ତି।