ବର୍ମିଂହାମ: ରବିବାରର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତକୁ ପୁରା ସମର୍ଥନ ଦେଇଛନ୍ତି ପାକିସ୍ତାନୀ ପ୍ରଶଂସକ। ଏହାର କାରଣ ହେଲା ଭାରତଠୁ ଇଂଲଣ୍ଡ ହାରିଲେ ପାକିସ୍ତାନର ସେମିଫାଇନାଲ୍ ଖେଳିବା ଆଶା ବଢ଼ିଯିବ। ଏଥିପାଇଁ ଏଜ୍ବଷ୍ଟନ୍ରେ ବହୁମାତ୍ରାରେ ପାକିସ୍ତାନୀ ପ୍ରଶଂସକକୁ ଦେଖିବାକୁ ମିଳିଥିଲା। ସେମାନେ ମ୍ୟାଚ୍ ଆରମ୍ଭରୁ ଭାରତୀୟ ଜାତୀୟ ସଂଗୀତ ଜନଗଣ ମନ.... ଗାନ କରିଥିଲେ। ୧୯୪୭ ଦେଶ ବିଭାଜନ ପରେ ପ୍ରଥମ ଥର ଲାଗି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ଭାରତ ପ୍ରତି ଏଭଳି ସମର୍ଥନ ଦେଖିବାକୁ ମିଳିଥିଲା। ଖାଲି ପାକିସ୍ତାନ ନୁହେଁ ବାଂଲାଦେଶ ଏବଂ ଶ୍ରୀଲଙ୍କା ପ୍ରଶଂସକମାନେ ମଧ୍ୟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭାରତ ଜିତିବା ନେଇ ଈଶ୍ବରଙ୍କ ନିକଟରେ ପାର୍ଥନା କରିଥିଲେ। ଭାରତ ଜିତିଲେ ଆୟୋଜକ ଇଂଲଣ୍ଡର ସେମିଫାଇନାଲ୍ ଖେଳିବା ବାଟ ପ୍ରାୟତଃ ବନ୍ଦ ହୋଇଯାଇଥାନ୍ତା। ଅନ୍ୟପକ୍ଷରେ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାର ଆଶା ସଂଚାର ହେବାର ସମ୍ଭାବନା ରହିଥିଲା। ପ୍ରଶଂସକ ସଂଖ୍ୟାରେ ଭାରତ ଏହି ମ୍ୟାଚ୍ରେ ଇତିହାସ ରଚିଛି। ୧୬୦ କୋଟିରୁ ଅଧିକ ଦର୍ଶକଙ୍କ ସମର୍ଥନ ଭାରତକୁ ମିଳିଛି। ଏଥିରେ ଭାରତର ୧୨୦ କୋଟି, ପାକିସ୍ତାନର ୨୦ କୋଟି, ବାଂଲାଦେଶର ୧୬.୫ କୋଟି, ଶ୍ରୀଲଙ୍କାର ୨.୨ କୋଟି ଏବଂ ଅନ୍ୟାନ୍ୟ ଦେଶର ଦର୍ଶକଙ୍କ ସମର୍ଥନ ରହିଛି।
/sambad/media/post_attachments/wp-content/uploads/2019/07/cricket-asia-cup-pak-ind_b95fed56-bef9-11e8-95ec-91800d079bb4-1.jpg)
ବିରଳ କହିଲେ କୋହଲି
ଭାରତକୁ ପାକିସ୍ତାନୀ ପ୍ରଶଂସକଙ୍କ ସମର୍ଥନ ମିଳିବା ନିଶ୍ଚିତ ଏକ ବିରଳ ଘଟଣା। ଏହା ପଛରେ ସେମାନଙ୍କ ସ୍ବାର୍ଥ ରହିଥିଲେ ବି ଭାରତୀୟ ଅଧିନାୟକ ଏହାକୁ ‘ବିରଳ’ କହିଛନ୍ତି। ‘ସଚ୍ଚୋଟତାର ସହ କହିଲେ ବାହାରେ କ’ଣ ଘଟୁଛି ମୁଁ ଦେଖିନାହିଁ। ମୁଁ କିନ୍ତୁ ବିଶ୍ବାସ କରୁଛି ପାକିସ୍ତାନୀ ପ୍ରଶଂସକମାନେ ଆମକୁ ସମର୍ଥନ କରୁଛନ୍ତି, ଯାହାକି ଏକ ବିରଳ ଘଟଣା’ ବୋଲି କୋହଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ବିଜୟ ପାକିସ୍ତାନକୁ ପରୋକ୍ଷରେ ସେମିଫାଇନାଲ ନେବା ସମ୍ଭାବନା ଥିବାରୁ ପାକିସ୍ତାନର ପୂର୍ବତନ ଖେଳାଳି ସୋଏବ ଅଖତର ମଧ୍ୟ ଆକୁଳ ନିବେଦନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Pakistani-Sings-Indian-National-Antheme_Thumbnail.jpg)