ପାକିସ୍ତାନୀ ଗର୍ଲଫ୍ରେଣ୍ଡ କହିଲେ, ଦୁବାଇ ହୋଟେଲରେ ସାମିଙ୍କୁ ଏକ ଘଣ୍ଟା ପାଇଁ ଭେଟିଥିଲେ

ମ୍ୟାଚ୍‌ ଫିକ୍‌ସିଙ୍ଗ୍‌ ଜଣା ନାହିଁ, ବନ୍ଧୁ ହିସାବରେ ସାମିଙ୍କୁ ସମ୍ମାନ କରୁଛି: ଆଲିଶବା

ନୂଆଦିଲ୍ଲୀ: ପତ୍ନୀ ହାସିନ ଜହାଁଙ୍କ ଗୁରୁତର ଅଭିଯୋଗକୁ ସମ୍ମୁଖୀନ ହୋଇଥିବା ଭାରତୀୟ କ୍ରିକେଟର ମହମ୍ମଦ ସାମି ବିବାଦୀୟ ପରିସ୍ଥିତି ଦେଇ ସମୟ ଅତିବାହିତ କରୁଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନୀ ଗର୍ଲଫ୍ରେଣ୍ଡ ଆଲିଶବା ଦୁବାଇର ଏକ ହୋଟେଲରେ ତାଙ୍କୁ ଭେଟିଥିବା ସ୍ୱୀକାର କରିଛନ୍ତି। ସାମିଙ୍କ ପତ୍ନୀ ହାସିନ ଜହାଁ ମ୍ୟାଚ୍‌ ଫିକ୍‌ସିଙ୍ଗ୍‌ ନେଇ ଅଭିଯୋଗ ଆଣିଥିବା ବେଳେ ଆଲିଶବା ଏହାକୁ ଖଣ୍ଡନ କରିଛନ୍ତି। ପାକିସ୍ତାନୀ ଗର୍ଲଫ୍ରେଣ୍ଡ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି, ସେ ଦୁବାଇଣ ଏକ ହେଟେଲରେ ସାମିଙ୍କୁ ଏକ ଘଣ୍ଟା ପାଇଁ ସାକ୍ଷାତ କରିଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଲିଶବା ସାକ୍ଷାତକାରରେ କହିଛନ୍ତି, ସେ ସାମିଙ୍କୁ ଇଷ୍ଟାଗ୍ରାମରେ ଫଲୋ କରୁଥିଲେ। ଆରମ୍ଭରୁ ଅନ୍ୟ ବନ୍ଧୁଙ୍କ ଭଳି ଜାଣିଥିଲେ କିନ୍ତୁ ସାମିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସୁ ନଥିଲା। 

ଆଲିଶବା ଯେତେବେଳେ ଇଦ୍‌ ଅବସରରେ ସାମିଙ୍କୁ ମ୍ୟାସେଜ୍‌ କରିଥିଲେ, ପ୍ରତିକ୍ରିୟା ପାଇଥିଲେ। ମ୍ୟାଚ୍‌ ସମୟରେ ସାମିଙ୍କ ପାକିସ୍ତାନୀ ସମର୍ଥକଙ୍କ ସହିତ ବିବାଦ ହୋଇଥିଲା। ଏହା ପରେ ମଧ୍ୟ ସେ ସାମିଙ୍କୁ ମ୍ୟାସେଜ କରୁଥିଲେ। ଜୁନ୍‌ରେ ସାମିଙ୍କ ତରଫରୁ ଜବାବ ଆସିବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଆଲିଶବା କହିଛନ୍ତି, ଜଣେ ବନ୍ଧୁ ହିସାବରେ ସାମିଙ୍କୁ ସେ ପସନ୍ଦ କରନ୍ତି। ବନ୍ଧୁ ଭାବରେ ସାମିଙ୍କୁ ସେ ସମ୍ମାନ ମଧ୍ୟ କରନ୍ତି।

ଆଲିଶବା ପୁଣି କହିଛନ୍ତି, ସାମି ଦୁବାଇ ଦେଇ ଯାଉଛନ୍ତି। ସେହି ସମୟରେ ଆଲିଶବାଙ୍କୁ ନିଜର ଭଉଣୀଙ୍କୁ ଦେଖା କରିବାର ଥିଲା। ପରେ ସେ ଦୁବାଇର ଏକ ହୋଟେଲରେ ସାମିଙ୍କୁ ଦେଖା କରିଥିଲେ। ଉଭୟ ସକାଳ ଜଳଖିଆ ଖାଇ ଏକ ଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲେ। ମ୍ୟାଚ୍‌ ଫିକ୍‌ସିଙ୍ଗ୍‌କୁ ଆଲିଶବା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଯାଞ୍ଚ କରିବାର ଅଛି, ତାହା କରାଯାଉ। ଏଥିରେ କୌଣସି ଅସୁବିଧା ନାହିଁ। ବନ୍ଧୁତ୍ୱକୁ ଫିକ୍ସସିଙ୍ଗ ସହିତ ଯୋଡ଼ା ନଯାଉ।

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୮ରେ ପତ୍ନୀ ହାସିନ ଜହାଁ ଫେସବୁକ୍‌ ପୋଷ୍ଟ ଲେଖିବା ସହିତ ସାମିଙ୍କର ଜଣେ ପାକିସ୍ତାନୀ ମହିଳାଙ୍କ ସହିତ ସମ୍ପର୍କ ରହିଛି ବୋଲି ଅଭିଯୋଗ ଆଣିଥିଲେ। ସେ ସାମିଙ୍କ ହ୍ଵାଟସ୍‌ଅପ୍‌ ଓ ଫେସ୍‌ବୁକ୍‌ ମ୍ୟାସେଜ୍‌ ଚାଟର ସ୍ନାପସର୍ଟ ସେୟାର କରିଥିଲେ। ହାସିନ ଜହାଁ କହିଥିଲେ, ସାମିଙ୍କ ପରିବାର ଲୋକେ ତାଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ସାମିଙ୍କ କାର୍‌ରେ ଗର୍ଭନିରୋଧକ ମଧ୍ୟ ଥିଲା।

 

ସମ୍ବନ୍ଧିତ ଖବର