ଲଣ୍ଡନ: ଚଳିତ ବିଶ୍ବକପ୍ରେ ପାକିସ୍ତାନ ସେମିଫାଇନାଲ୍ ପହଞ୍ଚିବା ପାଇଁ ସଂଘର୍ଷ କରୁଛି। ହେଲେ ବିଶ୍ବକପ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତକୁ ଆଦୌ ପରାସ୍ତ କରିନପାରିବା ପାକିସ୍ତାନର ଦୁଃଖ ବଢ଼ାଇ ଦେଇଛି। ବିଶେଷକରି ଚଳିତ ବିଶ୍ବକପ୍ରେ ଭାରତ ନିକଟରୁ ହାରିଯିବା ଏହାର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥରଙ୍କୁ ଗଭୀର ଆଘାତ ଦେଇଛି। ଗତ ୧୬ ତାରିଖରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ନିକଟରୁ ଦଳ ହାରିଯିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚାହିଁଥିଲି ବୋଲି ଆର୍ଥର କହିଛନ୍ତି। ଏହା ମଧ୍ୟ ବିଶ୍ବକପ୍ ଇତିହାସରେ ଭାରତଠାରୁ ପାକିସ୍ତାନର କ୍ରମାଗତ ସପ୍ତମ ପରାଜୟ ଥିଲା। ଏହାକୁ ପାକିସ୍ତାନବାସୀ ଆଦୌ ଗ୍ରହଣ କରିପାରୁନାହାନ୍ତି। ଭାରତଠୁ ପରାଜୟ ପାଇଁ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ସହିତ ପୂରା ଦଳ ଓ ଦଳୀୟ କର୍ତୃପକ୍ଷ ପୂର୍ବତନ କ୍ରିକେଟର୍ ଏବଂ ପ୍ରଶଂସକଙ୍କ ସମାଲୋଚନାର ଶୀକାର ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଆମକୁ ନିନ୍ଦିତ ହେବାକୁ ପଡ଼ିଛି। ଦଳର ଖେଳାଳିମାନେ ମଧ୍ୟ ଲଜ୍ଜିତ ହୋଇଥିଲେ। ଯଦିଓ ଏହାପରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପାକିସ୍ତାନ ସେମିଫାଇନାଲ୍ ଆଶା ବଳବତ୍ତର ରଖିଛି ତଥାପି ଭାରତ ବିପକ୍ଷ ପରାଜୟ ବ୍ୟକ୍ତିଗତ ଭାବେ ମୋତେ ଖୁବ୍ ବାଧିଥିଲା। ଯାହା ଫଳରେ ଆତ୍ମହତ୍ୟା କରିବାକୁ ଚାହିଁଥିଲି ବୋଲି ଆର୍ଥର ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପରବର୍ତୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏଠାରେ ସୂଚନାଯୋଗ୍ୟ, ୨୦୦୭ ସଂସ୍କରଣ ବିଶ୍ବକପ୍ରେ ଦୟନୀୟ ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ଦଳର ପୂର୍ବତନ ପ୍ରଶିକ୍ଷକ ବବ୍ ଉଲ୍ମରଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଯାଇଛି।
ଭାରତଠୁ ହାରିବା ପରେ ଆତ୍ମହତ୍ୟା କରିବାକୁ ଚାହିଁଥିେଲ ପାକିସ୍ତାନ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2019/06/pakistan-coach.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)