ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ମଙ୍ଗଳବାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବିରାଟ କେହଲି ମୁଖ୍ୟ ଅକର୍ଷଣରେ ଥିଲେ। ଏହି ଉତ୍ସବରେ କୋହଲି ଯୋଗଦେଇ ଲଗାତାର ଦ୍ୱିତୀୟ ଥର ଲାଗି ପଲି ଉମ୍ରିଗର ଟ୍ରଫି ଗ୍ରହଣ କରିଥିଲେ। ଗୁରୁବାରଠୁ ଭାରତ ବିପକ୍ଷ ଟେଷ୍ଟ୍ ଖେଳିବାକୁ ଏଠାରେ ଥିବା ଆଫ୍ଗାନିସ୍ତାନର ଖେଳାଳିମାନେ ଏହି ଉତ୍ସବରେ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ୍ ପିଟରସନ୍ ଏଠାରେ ଏମ୍ଏ ପଟୌଦି ସ୍ମାରକୀ ବକୃତା ପ୍ରଦାନ କରିଥିଲେ। ଏହି ଉତ୍ସବରେ ବର୍ତମାନ ଏବଂ ପୂର୍ବତନ ଖେଳାଳିମନଙ୍କୁ ଦେଖିବାକୁ ମିଳିଥିଲା। ଅଂଶୁମାନ ଗାଏକ୍ୱାଡ୍ ଏବଂ ସୁଧା ସିଂହ ସିକେ ନାଇଡ଼ୁ ଜୀବନବ୍ୟାପୀ ସେବା ପୁରସ୍କାର ଗ୍ରହଣ କରିଥିଲେ। ଘରୋଇ ପ୍ରତିଯୋଗିତାରେ ଶ୍ରେଷ୍ଠ କରିଥିବା ଜଲଜ ସକ୍ସେନା, ପର୍ଭେଜ ରସୁଲ ଏବଂ କ୍ରୁନାଲ ପାଣ୍ଡ୍ୟା ଏହି ଅବସରରେ ସମ୍ମାନିତ ହୋଇଥିଲେ। ଜଲଜ ଏବଂ ରସୁଲ ରଣଜୀ ଟ୍ରଫିର ଶ୍ରେଷ୍ଠ ଅଲ୍ରାଉଣ୍ଡର ଏବଂ କ୍ରୁନାଲ ବିଜୟ ହଜାରେ ଦିନିକିଆରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ହେଲେ ଭାରତୀୟ-ଏ ଦଳ ସହ ଇଂଲଣ୍ଡ ଗସ୍ତରେ ଥିବାରୁ ପୁରସ୍କାର ଗ୍ରହଣ କରିପାରି ନଥିଲେ।
ପଲି ଉମ୍ରିଗର ଟ୍ରଫି ନେଲେ କୋହଲି
/sambad/media/post_attachments/wp-content/uploads/2018/06/9-Virat-Kohli-receives-award-from-coach-Ravi-Shastri..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)