ପାନ ପାସିଫିକ ଦୌଡ଼କୁଦ ପାଇଁ ବଜ୍ରବାହୁଙ୍କ ଅଷ୍ଟ୍ରେଲିଆ ଗସ୍ତ

ଭୁବନେଶ୍ବର: ଗୋଲ୍ଡକୋଷ୍ଟରେ ନଭେମ୍ବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ପାନ ପାସିଫିକ ମାଷ୍ଟର୍ସ ଗେମ୍ସ ଲାଗି ଓଡ଼ିଶାରୁ ବଜ୍ରବାହୁ ସୀମନ୍ତ କେଶରୀ ସାମଲ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ବଜ୍ରବାହୁ ୪୫ ବର୍ଷରୁ ଉର୍ଧ୍ବ ବୟସ ବର୍ଗର ୬୦, ୧୦୦, ୨୦୦ ଏବଂ ୪୦୦ ମିଟର ଦୌଡ଼ରେ ଭାଗନେବେ। ଯାଜପୁରରୋଡ ବ୍ୟାସନଗର ନିବାସୀ ବଜ୍ରବାହୁ ବିଗତ ଦୁଇ ବର୍ଷ ଭିତରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ୨୦୧୭ରେ ମାଲେସିଆ ଅନ୍ତର୍ଜାତୀୟ ମିଟରେ ୨୦୦ ମିଟର କାଂସ୍ୟ, ଆଲ୍ଲାହାବାଦ ଜାତୀୟ ମାଷ୍ଟର୍ସରେ ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ, ନୂଆଦିଲ୍ଲୀ ଜାତୀୟ ମାଷ୍ଟର୍ସରେ ୧୦୦ ଓ ୨୦୦ ମିଟର୍ ସ୍ବର୍ଣ୍ଣ, ୨୦୧୮ରେ ଚଣ୍ଡୀଗଡ଼ ଜାତୀୟ ମାଷ୍ଟର୍ସରେ ମଧ୍ୟ ସମାନ ଦ୍ବିମୁକୁଟ ବଜାୟ ରଖିଥିଲେ।

ସମ୍ବନ୍ଧିତ ଖବର