ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌ ୫ରୁ

ଭୁବନେଶ୍ବର : ପଞ୍ଚାନନ ଜେନା ସ୍ମାରକୀ ଟ୍ରଷ୍ଟ ଓ କେଶୁରାସ୍ଥିତ ଫ୍ରେଣ୍ଡ୍‌ସ କ୍ରିକେଟ୍‌ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ତୃତୀୟ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହେବ। ଭୁବନେଶ୍ବର ଉପକଣ୍ଠ କେଶୁରା ଖେଳ ପଡ଼ିଆରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ବର-କଟକ ଦ୍ବୈତନଗରୀର ୮ ଦଳ ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌, ସୋଲାର କ୍ଲବ୍‌, ପାରାମାଉଣ୍ଟ କ୍ଲବ୍‌, ରାଇଜିଂ ‌ଷ୍ଟୁଡେଣ୍ଟ, ରାମେଶ୍ବର ସ୍ପୋର୍ଟିଂ, ସହିଦ ସ୍ପୋର୍ଟିଂ, ପ୍ରଗତି ସ୍ପୋର୍ଟିଂ ଓ ଜୁଭେନାଇଲ କ୍ଲବ୍‌ ଭାଗନେବେ।

ନକ୍‌ଆଉଟ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ ୯ ଓ ୧୦ ତାରିଖରେ ଖେଳାଯିବ ଏବଂ ଫାଇନାଲ୍‌ ମ୍ୟାଚ୍‌ ୧୨ରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ୍‌ ୪୦ ଓଭର ବିଶିଷ୍ଟ ହେବ। ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୩୦,୦୦୦ ଓ ୨୦,୦୦୦ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ। ଏଥିସହ ପ୍ରତିଯୋଗିତା ଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ବୋଲର ଓ ବ୍ୟାଟର୍‌ଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପଞ୍ଚାନନ ଜେନା ଶିକ୍ଷାନୁଷ୍ଠାନ ସମୂହ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷ ପ୍ରମୋଦ କୁମାର ଜେନା, ଫ୍ରେଣ୍ଡ୍‌ସ କ୍ରିକେଟ୍‌ କ୍ଲବ୍‌ର ସଭାପତି କୃତାର୍ଥ ପ୍ରଧାନ, ଆୟୋଜକ କମିଟିର ସଦସ୍ୟ ରାଧେଶ୍ୟାମ ନାୟକ ଓ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର