ସେଣ୍ଟ ଡେନିସ୍‌ ରିୟୁନିଅନ୍‌ ଓପନ: ପ୍ରଥମ ଥର ଫାଇନାଲ୍‌ରେ ପଣ୍ତା ଭଉଣୀ

କଟକ: ରି ୟୁନିଅନ୍‌ ଦ୍ବୀପର ସେଣ୍ଟ ଡେନିସଠାରେ ଚାଲିଥିବା ଓପନ୍‌ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି କଟକର ଦୁଇ ଆନ୍ତର୍ଜାତିକ ତାରକା ପଣ୍ଡା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା। ରବିବାର ମହିଳା ଯୁଗଳ ଫାଇନାଲ୍‌ରେ ଏମାନଙ୍କର ମୁକାବିଲା ଜର୍ମାନୀର ଆନାବେଲା ଜିଗର ଓ ଲିଓନା ମିଚାଲ୍‌ସ୍କିଙ୍କ ସହ ହେବ। ଶନିବାର ସେମି ଫାଇନାଲ୍‌ରେ ଋତାପର୍ଣ୍ଣା ଓ ଶ୍ବେତାର୍ଣ୍ଣାଙ୍କ ଯୋଡ଼ି ୨୧-୮, ୨୧-୫ରେ ମରିସସ୍‌ର ଲର୍ଣ୍ଣା ବୋଧା ଓ କବିତା ଡୁଖିଙ୍କୁ ପରାସ୍ତ କରିଥିଲେ। ଏହାପୂର୍ବରୁ କ୍ବାର୍ଟରରେ ଏହି ଯୋଡ଼ି ୨୧-୫, ୨୧-୨ରେ ମରିସସ୍‌ର ଲାଏନା ଲକ୍ଷ୍ମୀ ଚିନିଆ ଓ ଗଣେଶା ମୁଙ୍ଗ୍ରାଙ୍କ ଯୋଡ଼ିକୁ ହରାଇଥିଲେ। ଯୋଡ଼ି ବଦଳାଇ ଦୁଇ ଭଉଣୀ ଏକାଠି ଖେଳିବା ପରଠୁ ଫାଇନାଲ୍‌ରେ ପ୍ରବେଶ କରିବାରେ ଏହା ହେଉଛି ପ୍ରଥମ। ଯଦିଓ ଏଥିପୂର୍ବରୁ ପୋଲାଣ୍ତ ଓ ଫ୍ରାନ୍ସରେ ମହିଳା ଯୁଗଳରେ ପଣ୍ତା ଭଉଣୀଙ୍କ ଯୋଡ଼ି ଭାଗ ନେଇଥିଲା। କିନ୍ତୁ ସେଥିରେ ସେମାନଙ୍କୁ ସଫଳତା ମିଳିପାରିନଥିଲା।

ସମ୍ବନ୍ଧିତ ଖବର