ଭୁବନେଶ୍ବର: କାଜାଖସ୍ତାନରେ କମାଲ କରିଛନ୍ତି ଓଡ଼ିଆ ଝିଅ ତଥା ଦୁଇ ଭଉଣୀ ଋତାପର୍ଣ୍ଣ ଓ ଶ୍ବେତାପର୍ଣ୍ଣା ପଣ୍ଡା। ସିମକେଣ୍ଟରେ ଆୟୋଜିତ କାଜାଖସ୍ତାନ ଫ୍ୟୁଚର ସିରିଜରେ ରୌପ୍ୟ ପଦକ ଜିତି ଭାରତ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶନିବାର ମହିଳା ଯୁଗଳ ଫାଇନାଲ୍ରେ କିଟ୍ରେ ଅଧ୍ୟୟନରତ ଏହି ଦୁଇ ଭଉଣୀ ୧୩-୨୧, ୧୫-୨୧ରେ ଇଣ୍ଡୋନେସିଆ ଯୋଡ଼ି ଫୁୟୁ ଇୱାସାକି ଓ ନେଥାନିଆ ଇରାୱାନଙ୍କଠୁ ହାରିଯାଇଥିଲେ। କିଟ୍ରେ ଋତାପର୍ଣ୍ଣା ଏମ୍ବିଏ ଏବଂ ଶ୍ବେତାପର୍ଣ୍ଣ ବିବିଏ କରୁଛନ୍ତି। ରୌପ୍ୟ ପଦକ ଜିତିଥିବାରୁ ଋତାପର୍ଣ୍ଣ ଓ ଶ୍ବେତାପର୍ଣ୍ଣାଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।
କାଜାଖସ୍ତାନରେ ପଣ୍ଡା ଭଉଣୀ ଜିତିଲେ ରୌପ୍ୟ
/sambad/media/post_attachments/wp-content/uploads/2023/06/54654f65f4s56fhf.jpg)