ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସୋମବାର ଆଶ୍ଚର୍ଯ୍ୟଜନକ ଭାବେ ରନ୍ଆଉଟ୍ ହୋଇଥିଲେ। ବେପରୁଆ ଓ ଅଳସୁଆ ଭାବେ ଦୌଡ଼ି ନିଜ ଓ୍ଵିକେଟ୍ ଫିଙ୍ଗି ଦେଇଥିଲେ। ଅଧିନାୟକ କୋହଲି ଶତକ ହାସଲ କରିବାର ଠିକ୍ ପରେ ପରେ ଆଜି ଏହି ଘଟଣା ଘଟିଥିଲା। ସେତେବେଳକୁ ପାଣ୍ଡ୍ୟା ୧୫ ରନ୍ରେ ବ୍ୟାଟିଂ କରୁଥିଲେ। କାଗିସୋ ରବାଦାଙ୍କ ବଲ୍କୁ ମିଡ୍ଅନ୍ ଅଞ୍ଚଳକୁ ଖେଳି ସେ ହଠାତ୍ ରନ୍ ନେବାକୁ ଦୌଡ଼ିଥିଲେ। ହେଲେ ଆର ପଟେ ଥିବା କୋହଲି ତାଙ୍କୁ ଫେରାଇ ଦେଇଥିଲେ। କ୍ରିଜକୁ ଫେରିବା ଲାଗି ପାଣ୍ଡ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଥିଲା। ହେଲେ ସେ ହଲି ଦୋହଲି କ୍ରିଜକୁ ଫେରିଥିଲେ। ଠିକ୍ ସେହି ସମୟରେ ଭର୍ନାନ ଫିଲାଣ୍ଡରଙ୍କ ଥ୍ରୋ ଦୁର୍ଭାଗ୍ୟଜନକ ଭାବେ ସିଧା ଯାଇ ଷ୍ଟମ୍ପ୍ରେ ବାଜିଥିଲା। ପାଣ୍ଡ୍ୟା କ୍ରିଜ୍ ଭିତରେ ତ ଥିଲେ ହେଲେ ତାଙ୍କ ବ୍ୟାଟ୍ କିମ୍ବା ପାଦ ଭୂଇଁକୁ ଛୁଇଁ ନଥିଲା। ଫଳରେ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ। ଭାରତ ପାଇଁ ପାଣ୍ଡ୍ୟାଙ୍କ ଏଭଳି ଆଉଟ୍ ଏକ ଶକ୍ତ ଧକ୍କା ଥିଲା।
ପାଣ୍ଡ୍ୟାଙ୍କ ଦାୟିତ୍ୱହୀନତା
/sambad/media/post_attachments/wp-content/uploads/2018/01/Pandya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)