ପରିବାରର ମହତ୍ବ ବୁଝାଇଲେ ପାଣ୍ଡ୍ୟା, ପଠାନ

ନୂଆଦିଲ୍ଲୀ: କାରୋନା ସଙ୍କଟ ପାଇଁ ଚାଲିଥିବା ଗୃହାବଦ୍ଧ ବେଳେ ଦୁଇ ଭାରତୀୟ କ୍ରିକେଟର୍‌ ଇର୍ଫାନ୍ ପଠାନ ଓ ୟୁସୁଫ୍ ପଠାନ ନିଜ ପରିବାର ସହ ସମୟ କଟାଉଛନ୍ତି। ଉଭୟ ପରିବାର ସହ କାଟୁଥିବା ସମୟର ଫଟୋ ପ୍ରକାଶ କରିଛନ୍ତି। ତା’ ସହ ଅସମୟରେ ପରିବାର ବର୍ଗଙ୍କ ସହଯୋଗ ଓ ସମଥର୍ନ ଯେ ଏକାନ୍ତ ଅପରିହାର୍ଯ୍ୟ, ସେକଥା ଉଭୟ ବୁଝାଇବାକୁ ଚେଷ୍ଟା କରିଛନ୍ତି। ଏହା ପୂର୍ବରୁ ଇର୍ଫାନ ଓ ୟୁସୁଫ କରୋନା ନିୟନ୍ତ୍ରଣ ଲାଗି ମୁଖା‌ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରି ଚର୍ଚିତ ହୋଇଥିଲେ। ସେପଟେ ଭାରତୀୟ କ୍ରିକେଟ୍ ଦଳର ଲୋକପ୍ରିୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରେମିକା ନତାଶା ଷ୍ଟଙ୍କୋଭସ୍କି ଏବଂ ଭାଇ କ୍ରୁନାଲ ପାଣ୍ଡ୍ୟା ଓ ତାଙ୍କ ପତ୍ନୀଙ୍କ ସହ ଉଠାଇଥିବା ଫଟୋ ଛାଡ଼ିଛନ୍ତି। ଏହା ପୂର୍ବରୁ ପାଣ୍ଡ୍ୟା ଓ ନତାଶା ନିଜର ରୋମାଣ୍ଟିକ୍ ଫଟୋ ପ୍ରକାଶ କରି ସାରିଛନ୍ତି।

ସମ୍ବନ୍ଧିତ ଖବର