ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା-କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲଙ୍କୁ ମହିଳାଙ୍କ ପ୍ରତି ବିବାଦୀୟ ଟିପ୍ପଣୀ ପାଇଁ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପ୍ରଶାସକ ସମିତି (ସିଓଏ) ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି। ବିସିସିଆଇ ପ୍ରଶାସକ ସମିତିର ନିଷ୍ପତ୍ତି ଆସିବା ପରେ ହାର୍ଦ୍ଦିକ ଓ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଛନ୍ତି।

ପାଣ୍ଡ୍ୟା ଓ ରାହୁଲ ଟେଲିଭିଜନ ସୋ’ରେ ମହିଳାଙ୍କ ପ୍ରତି ‘ଅନୁଚିତ’ ଟିପ୍ପଣୀ ଦେଇଥିଲେ। ଏହା ପରେ ସିଓଇ ସଦସ୍ୟ ଡାୟନା ଇଡୁଲଜୀ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପର୍ଯ୍ୟନ୍ତ ନିଲମ୍ବନ କରାଯାଉ ବୋଲି ଦାବି କରିଥିଲେ।

କ୍ରିକେଟ ପ୍ରଶାସକ ସମିତିର ନିଷ୍ପତ୍ତି ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିଭି ସୋ’ରେ ମହିଳାଙ୍କୁ ନେଇ କରାଯାଇଥିବା ‘ଅନୁଚିତ’ ଟିପ୍ପଣୀ ମାମଲାରେ ପ୍ରତିବନ୍ଧକ ଲଗାଇବା ସମ୍ଭାବନାକୁ ନେଇ ଶୁକ୍ରବାର କହିଛନ୍ତି, ଏଥି ପାଇଁ ସେ ଚିନ୍ତା କରୁ ନାହାନ୍ତି। କାରଣ ଟିମ୍‌ ନିକଟରେ ରବୀନ୍ଦ୍ର ଜାଦେଜା ବିକଳ୍ପ ଅଛନ୍ତି।

ସମ୍ବନ୍ଧିତ ଖବର