ଅପରେସନ ପରେ ଚଲାବୁଲା କଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ର ଅଲରାଉଣ୍ଡର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଲଣ୍ଡନରେ ପିଠିର ସଫଳ ସର୍ଜରୀ ପରେ ଏବେ ଚଲାବୁଲା କରିପାରୁଛନ୍ତି । ୨୫ ବର୍ଷୀୟ ଏହି ଖେଳାଳୀ ଟ୍ୱିଟରରେ ନିଜ ବର୍ତ୍ତମାନ ସ୍ଥିତିର ଅବସ୍ଥା ସେୟାର୍ କରିଛନ୍ତି । ମଙ୍ଗଳବାର ରାତିରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର୍ କରିଥିଲେ , ଯେଉଁଥିରେ ସେ ହସ୍ପିଟାଲ୍ ବେଡରୁ ଉଠି ଧିରେଧିରେ ଚାଲୁଥିବା ଦେଖାଯାଉଛନ୍ତି ଏବଂ ଏହାପରେ ହ୍ୱିଲ୍ ଚେୟାରରେ ବସୁଥିବା ନଜର ଆସୁଛନ୍ତି ।


ଫିଜିଓଥେରାପିଷ୍ଟ ଯୋଗେଶ୍ ପରମାର୍ ତାଙ୍କ ସହ ଲଣ୍ଡନରେ ନଜର ଆସୁଛନ୍ତି । ଏହାପୂର୍ବରୁ ଶନିବାର ସର୍ଜରୀ ସଫଳ ଥିବା ନେଇ ସେ ସୂଚନା ଜଣାଇଥିଲେ । ସେ କହିଥିଲେ ମୁଁ ଶୀଘ୍ର ଫେରିବି ସେତେବେଳ ପର୍ଯ୍ୟନ୍ତ ମୋତେ ମନେ ପକାଉଥାନ୍ତୁ । ଏଠାରେ ସୂଚନା ଥାଉ କି ହାର୍ଦ୍ଦିକଙ୍କ ପିଠିର ତଳ ଭାଗରେ ଆଘାତ ଲାଗିବା ପରେ ସେ ଭାରତୀୟ ଦଳରୁ ଅବ୍ୟାହତି ନେଇଥିଲେ ।

ତେବେ ଅସ୍ତ୍ରୋପଚାର ପରେ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ କ୍ରିକେଟରୁ  ଦୂରରେ ରହିବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି । ଶେଷ ଥର ପାଇଁ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ଖେଳିଥିଲେ। କିନ୍ତୁ ଏହା ପରେ ତାଙ୍କୁ ଟେଷ୍ଟ ସିରିଜ୍‌ରେ ଖେଳିବାର ସୁଯୋଗ ମିଳି ନ ଥିଲା ।

ସମ୍ବନ୍ଧିତ ଖବର