ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ବେଳେ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ପ୍ରତି ଆଶାଳୀନ ତଥା ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଦୁଇ ତାରକା ଖେଳାଳି ହାର୍ଦିକ୍ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ୍ ଗୁରୁବାର ଖେଳିବା ପାଇଁ ସବୁଜ ସଂକେତ ପାଇଛନ୍ତି। ତଦନ୍ତକୁ ବିସିସିଆଇର ଜଣେ ନୂଆ ଅମ୍ବୁଡ୍ସମାନ୍ ନିଯୁକ୍ତ ପର୍ଯ୍ୟନ୍ତ ଟାଳି ଦିଆଯାଇ ଉଭୟଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯାଇଥିଲା ବେଳେ ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ସିଓଏ (ପ୍ରଶାସକ ସମିତି) କହିଥିଲେ। ଫଳରେ ପାଣ୍ଡ୍ୟା ଓ ରାହୁଲ୍ଙ୍କ କ୍ରିକେଟ୍ ଖେଳିବା ସୁଯୋଗ ଖୋଲିଯାଇଥିଲା। ନିଲମ୍ବନ ପ୍ରତ୍ୟାହାର ପରେ ଏବେ ଅଲ୍ରାଉଣ୍ଡର ପାଣ୍ଡ୍ୟାଙ୍କୁ ତୁରନ୍ତ ନ୍ୟୁଜିଲାଣ୍ଡ୍ ଯାଇ ସେଠାରେ ଭାରତୀୟ ଦଳ ସହ ଯୋଗଦେବାକୁ କୁହାଯାଇଥିଲା ବେଳେ ରାହୁଲ୍ଙ୍କୁ ତ୍ରିଭେନ୍ଦ୍ରମ୍ରେ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଶେଷ ତିନିଟି ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଇଣ୍ଡିଆ-ଏ ଦଳରେ ଯୋଗଦେବାକୁ କୁହାଯାଇଛି। ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଉଭୟ ପାଣ୍ଡ୍ୟା ଓ ରାହୁଲ୍ଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିଲା ବେଳେ ସେମାନଙ୍କ ସ୍ଥାନରେ ଅଲ୍ରାଉଣ୍ଡର ବିଜୟ ଶଙ୍କର ଓ ଶୁବ୍ମନ ଗିଲ୍ଙ୍କୁ ଅଷ୍ଟ୍ରେଲିଆ ପଠାଯାଇଥିଲା। ଉଭୟ ଖେଳାଳି ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ ପରେ ଏବେ ନ୍ୟୁଜିଲାଣ୍ଡ୍ ଗସ୍ତରେ ଅଛନ୍ତି। ତେବେ ପାଣ୍ଡ୍ୟା ଦଳରେ ଯୋଗଦେବା ସତ୍ତ୍ବେ ବିଜୟ ଶଙ୍କର ଓ ଗିଲ୍ ଦଳ ସହ ନ୍ୟୁଜିଲାଣ୍ଡ୍ରେ ରହିବେ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଛି। ବିଶେଷକରି ଶନିବାର ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଦିନିକିଆ ଖେଳିବାକୁ ଯାଉଥିଲା ବେଳେ ପାଣ୍ଡ୍ୟା ତୃତୀୟ ଦିନିକିଆ ଖେଳିବା ସମ୍ଭାବନା ଅଧିକ ରହିଛି।
ନ୍ୟୁଜିଲାଣ୍ଡ୍ ଯିବେ ପାଣ୍ଡ୍ୟା; ତ୍ରିଭେନ୍ଦ୍ରମ୍ରେ ଖେଳିବେ ରାହୁଲ୍
/sambad/media/post_attachments/wp-content/uploads/2019/01/kohlihardik240119_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)