ଅସ୍ତ୍ରୋପଚାର ପରେ ପାଣ୍ଡ୍ୟା ଫିଟ୍, ୩୭ ବଲରେ ମାରିଲେ ଶତକ

ମୁମ୍ବାଇ: ଅସ୍ତ୍ରୋପଚାର ପରେ ଭାରତୀୟ ଦଳକୁ ଫେରିବାକୁ ଚେଷ୍ଟା ଚଳାଇଥିବା ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିବାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ନଭି ମୁମ୍ବାଇର ରିଲା‌ଏନ୍ସ କର୍ପୋରେଟ୍ ପାର୍କଠାରେ ଆୟୋଜିତ ଡିୱାଇ ପାଟିଲ ଟ୍ବେଣ୍ଟି-୨୦ କପ୍‌ରେ ମଙ୍ଗଳବାର ସେ ମାତ୍ର ୩୭ ବଲ୍‌ରୁ ଶତକ ସହ ୩୯ ବଲ୍‌ରୁ ୧୦୫ ରନ୍‌ର ବିସ୍ଫୋରକ ପାଳି ଖେଳି ନିଜ ପୁରୁଣା ଚମକର ଝଲକ ଦେଖାଇଛନ୍ତି।

ରିଲାଏନ୍ସ ୱାନ୍ ଦଳର ପ୍ରତିନିଧିତ୍ବ କରିଥିବା ପାଣ୍ଡ୍ୟା ଏହି ଅବସରରେ ୮ ଚୌକା ଓ ୧୦ ବିଶାଳ ଛକା ମାରିଥିଲେ। ତାଙ୍କ ଧୂଆଁଧାର ଶତକୀୟ ପାଳି ବଳରେ ରିଲାଏନ୍ସ ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୨ ରନ୍‌ର ବିଶାଳ ସ୍କୋର କରିଥିଲା। ଏଥିସହିତ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ଦୃଢ଼ ଦାବିଦାରି ଉପସ୍ଥାପନା କରିଛନ୍ତି। ୫ ମାସ ପୂର୍ବେ ୨୬ ବର୍ଷୀୟ ପାଣ୍ଡ୍ୟାଙ୍କର ତଳ ପିଠିରେ ଅସ୍ତ୍ରୋପଚାର ହୋଇଥିଲା। ହେଲେ ସେ ନ୍ୟୁଜିଲାଣ୍ଡ ଗସ୍ତ ‌ବେଳକୁ ସୁସ୍ଥ ହୋଇ ପାରିନଥିଲେ। ସେଥିପାଇଁ ଏହି ଗସ୍ତରୁ ବାଦ୍ ପଡ଼ିଥିଲେ।

ସମ୍ବନ୍ଧିତ ଖବର