କୋହଲିଙ୍କଠୁ ଅମୂଲ୍ୟ ଶିକ୍ଷା ପାଇଲେ ପାଣ୍ଡ୍ୟା

ନୂଆଦିଲ୍ଲୀ: ଜଣେ ବିଶ୍ବଶ୍ରେଣୀୟ ଅଲରାଉଣ୍ଡର୍‌ ହେବା ଲାଗି ହାର୍ଦିକ ପାଣ୍ଡ୍ୟାଙ୍କ ନିକଟରେ ସବୁ ପ୍ରକାର ଗୁଣ ରହିଛି, ତଥାପି ତାଙ୍କୁ ଲମ୍ବା ବାଟ ଯିବାର ଅଛି। ଏବେ ସେ ନିଜ‌ ଖେଳ ଜୀବନର ପ୍ରଥମ ଚରଣରେ ରହିଛନ୍ତି। ଭାରତୀୟ କ୍ରିକେଟ୍ ସହ ଲମ୍ବା ଯାତ୍ରା‌ରେ ଯିବା ଲାଗି ହାର୍ଦିକ କିନ୍ତୁ ସମୟକ୍ରମେ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି। ତଥାପି କିଛି କଥା ରହିଛି ଯାହା ତାଙ୍କୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ମହାନଙ୍କଠାରୁ ଦୂରେଇ ରଖିଛି। ନିକଟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କଠାରୁ ‘ସଫଳତାର ମନ୍ତ୍ର’ ମାଗିଥିଲେ। ‘ମୁଁ ମାତ୍ର ୨ ଦିନ ତଳେ ବିରାଟଙ୍କ ସହ କଥା ହୋଇଥିଲି, ତୁମ ସଫଳତାର କାରଣ କ’ଣ ବୋଲି ଜାଣିବାକୁ ଚାହିଁଥିଲି। ସେ ତାଙ୍କ ଉତ୍ତରରେ କହିଥିଲେ, ‘ତୁମ ମନୋଭାବ ଭଲ, ତୁମେ ବି ଭଲ, କେବଳ ଗୋଟିଏ କଥା ମନରେ ରଖ ଏବଂ ସେଥିରେ ସ୍ଥିରତା ଆଣିବାକୁ ଚେଷ୍ଟା କର। ଠିକଣା ବାଟ ଦେଇ ଏକ ନମ୍ବର ହେବା ଉଚିତ୍‌, ଏଥି ପାଇଁ ଅନ୍ୟ କାହାରିକୁ ତଳକୁ ଭିଡିବା ଆବଶ୍ୟକ ନାହିଁ। ନିଜର କଠିନ ପରିଶ୍ରମ, ନିଜସ୍ବ ‌ଯୋଗ୍ୟତାରେ ଏକ ନମ୍ବର ହେବା ତୁମର ଏକମାତ୍ର ଲକ୍ଷ୍ୟ ହେବା ଉଚିତ୍‌’।

ବିରାଟ କୋହଲି ଅନ୍ୟତମ ସଫଳ ଭାରତୀୟ ଅଧିନାୟକ ରହିଛନ୍ତି। ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ହେବାର ଗୌରବ ଆଣିଛନ୍ତି। କିନ୍ତୁ ଏକ ନମ୍ବର ହେବା ଲାଗି କୋହଲି, ରୋହିତ ଓ ଧୋନିଙ୍କୁ ଅନୁସରଣ କରିବାର ଯଥେଷ୍ଟ କାରଣ ବି ରହିଛି। ଏମାନେ ଏକ ନମ୍ବର ହେବାର ସଫଳତାର ବାଟରେ ନମ୍ରତା ଆଚରଣ ବି କରିଥିଲେ। ସେମାନେ ଯେଉଁ କାମ କରନ୍ତି କ‌େବେ ‌ସେଥିରେ ଦ୍ବିତୀୟରେ ରହିବାକୁ ଚାହାଁନ୍ତି ନାହିଁ, କିନ୍ତୁ ଏକ ନମ୍ବର‌ ହୋଇନପାରିଲେ ଦୁଇ ନମ୍ବରକୁ ଗ୍ରହଣ କରିନେବାର ଭାବନା ବି ରଖିଥିବା ଆବଶ୍ୟକ। ‘ଏମାନେ ଏକ ନମ୍ବର ହେବାକୁ ଚାହିଁଥିଲେ ବି ୨ ନମ୍ବର ହୋଇ ମଧ୍ୟ କିଛି ମନରେ ଭାବିନଥିଲେ। ସେଠାରୁ ସେମାନେ ଏକ ନମ୍ବର ପାଇଁ ପୁନଃଯାତ୍ରା ଆରମ୍ଭ କରିପାରିବେ। ‘ସବୁବେଳେ ତୁମକୁ ଶ୍ରେଷ୍ଠ ହେବାକୁ ପଡ଼ିବ,‌ ବୋଲର ହୋଇଥିଲେ ତୁମକୁ‌ ଶ୍ରେଷ୍ଠ ଏବଂ ତାଲିମ ନେଉଥିଲେ ଏଥି ପାଇଁ ବ୍ୟଗ୍ର ରହିବା ଅବାଶ୍ୟକ। ଜୀବନରେ ତୁମକୁ ସମ୍ପୂର୍ଣ୍ଣ ନିଜ ସହ ରହ‌ିବାକୁ ହେବ’ ବୋଲି ପାଣ୍ଡ୍ୟା ଶେଷରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର