ଦୂବାଇ: ଆଇପିଏଲ୍ ଖେଳିବା ଲାଗି ସଂପ୍ରତି ଦୁବାଇରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ନିଜ ଜୀବନ ସାଥୀ ତଥା ବଲିଉଡ୍ ଅଭିନେତ୍ରୀ ନତାଶା ଷ୍ଟଙ୍କୋଭିକ ଓ ନବଜାତ ପୁଅ ଅଗସ୍ତ୍ୟାଙ୍କୁ ମିସ୍ କରୁଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନତାଶାଙ୍କ ସହ କରିଥିବା ଭିଡିଓ ଚାଟ୍କୁ ପ୍ରକାଶ କରି ଏକଥା ସେ ଜଣାଇଛନ୍ତି। ଭିଡିଓ ଛାଡ଼ି ‘ମୋ ଦୁଇ ପରୀଙ୍କୁ ମିସ୍ କରୁଛି, ତୁମ ଦୁହିଁକୁ ମୋତେ ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଉଛି' ବୋଲି ସେ ଲେଖିଛନ୍ତି। ଆଇପିଏଲ୍-୧୩ ଆସନ୍ତା ମାସ ୧୯ ତାରିଖରୁ ଆରମ୍ଭ ହେବାର ଥିଲା ବେଳେ ପାଣ୍ଡ୍ୟା ନିଜ ପରିବାରଠାରୁ ଢେର କିଛି ଦିନ ଦୂରରେ ରହିବେ। ଏଭଳି ସ୍ଥିତିରେ ଭିଡିଓ କଲ୍ କରି ହିଁ ସେ ନିଜ ମନର ବେଦନାକୁ ଦୂର କରୁଛନ୍ତି। ସୂଚନାଯୋଗ୍ୟ, ନୂଆବର୍ଷର ଠିକ୍ ପୂର୍ବରୁ ନତାଶାଙ୍କ ସହ ନିର୍ବନ୍ଧ କରି ନେଇଥିବାର ଖବର ପ୍ରକାଶ କରି ପାଣ୍ଡ୍ୟା ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଗତ ମାସ ୩୦ ତାରିଖରେ ନାତାଶା ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପାଣ୍ଡ୍ୟା ନିଜ ପୁଅର ନାଁ ଅଗସ୍ତ୍ୟା ରଖିଥିବା ଜଣାଇଥିଲେ।
ନତାଶା ଓ ଅଗସ୍ତ୍ୟାଙ୍କୁ ମିସ୍ କରୁଛନ୍ତି ପାଣ୍ଡ୍ୟା
/sambad/media/post_attachments/wp-content/uploads/2020/08/pandya-natasa-agastya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)