ପୋଷା କୁକୁରକୁ ଗାଧୋଇଲେ ପାଣ୍ଡ୍ୟା-ନତାଶା

ନୂଆଦିଲ୍ଲୀ: ଲକଡାଉନ୍ ବେଳେ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପ୍ରେମିକା ନତାଶା ଷ୍ଟଙ୍କଭସ୍କିଙ୍କ ଆଉ ଏକ କୌତୁକିଆ ଭିଡିଓ ପଦାକୁ ଆସିଛି। ଏଥିରେ ପାଣ୍ଡ୍ୟା ଓ ନତାଶା ଭାଉଜ ପଙ୍ଖୁଡ଼ି (କ୍ରୁନାଲଙ୍କ ପତ୍ନୀ)ଙ୍କ ସହ ପୋଷା କୁକୁରକୁ ଗାଧୋଇ ଦେଉଥିବା ଦେଖିବାକୁ ମିଳିଛି। ପାଣ୍ଡ୍ୟା ପାଣି ପକାଉଥିଲା ବେଳେ ନତାଶା କୁକୁରଟିକୁ ହାତରେ ଛୋଟ ପିଲା ଭଳି ଧରିଛନ୍ତି। ସେପଟେ ପଙ୍ଖୁଡ଼ି ମଧ୍ୟ ଆଉ ଏକ ଛୋଟ କୁକୁରକୁ ଗାଧୋଇ ଦେଉଥିବା ଦେଖିବାକୁ ମିଳୁଛି। ତିନି ଜଣ ଯାକ ମିଶି ବେଶ୍ ମଜା କରୁଛନ୍ତି। ଏହି ମଜାଦାର ଭିଡିଓକୁ ନତାଶା ନିଜ ଇନଷ୍ଟ୍ରାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିବା ପରେ ଏହା ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଏହା ପୂର୍ବରୁ ମଧ୍ୟ ପାଣ୍ଡ୍ୟା ଓ ନତାଶା ଲକଡାଉନ୍ ବେଳେ ଏକାଠି କିଭଳି ସମୟ କଟାଉଛନ୍ତି ତା’ର ଏକାଧିକ ଭିଡିଓ ଓ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ମନୋରଞ୍ଜନ କରିଛନ୍ତି। କିଛି ଦିନ ତଳେ ଛାଡ଼ିଥିବା ଭିଡିଓରେ ନତାଶାଙ୍କୁ ପାଣ୍ଡ୍ୟା ମୁଁ ତୋର କିଏ? ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଥିଲା। ଏହା ଶୁଣି ନତାଶା ‘ହୃଦୟର ରାଜା’ ବୋଲି କହିଥିଲେ। ଏହି ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମକୁ ଆସିବା ପରେ ଭାଇରାଲ୍‌ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର