ପାଣ୍ଡ୍ୟାଙ୍କୁ ଆଉ ଏକ ଧକ୍କା

ମୁମ୍ବାଇ: ଟେଲିଭିଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଭାରତୀୟ ଦଳରୁ ନିଲମ୍ବିତ ହୋଇଥିବା ଯୁବ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ମୁମ୍ବାଇର ଖର୍‌ ଅଞ୍ଚଳରେ ଥିବା ଜିମଖାନା କ୍ଲବ୍ ନିଜ ସଦସ୍ୟତା ପଦରୁ ତାଙ୍କୁ ହଟାଇ ଦେଇଛି। କ୍ଲବ୍ ପାଣ୍ଡ୍ୟାଙ୍କୁ ଗତବର୍ଷ ଅକ୍ଟୋବର ମାସରେ ୩ ବର୍ଷ ପାଇଁ ସଦସ୍ୟତା ପ୍ରଦାନ କରିଥିଲା। ହେଲେ କ୍ଲବ୍‌ର ପରିଚାଳନା ସମିତି ସୋମବାର ସଂଧ୍ୟାରେ ତାଙ୍କୁ ଏଥିରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସଂପାଦକ ଗୌରବ କାପାଡ଼ିଆ କହିଛନ୍ତି। ଜିମଖାନା ମୁମ୍ବାଇର ଅନ୍ୟତମ ‌ଲୋକପ୍ରିୟ ଏବଂ ସମ୍ମାନଜନକ କ୍ରିକେଟ୍ କ୍ଲବ୍। ଏହାର ସଦସ୍ୟତା ପାଇବା ସମ୍ମାନର ବିଷୟ ହୋଇଥାଏ।

ସମ୍ବନ୍ଧିତ ଖବର