ପାଣ୍ଡ୍ୟା-ଭିଜୋଇନ୍ ମୁହାଁମୁହିଁ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ-କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମ୍ୟାଚ୍ ବେଶ୍ ରୋମାଞ୍ଚଭରା ରହିଥିଲା। ଅନେକ ନାଟକୀୟ ମୋଡ଼ ନେଇଥିବା ଏହି ମ୍ୟାଚ୍‌କୁ ମୁମ୍ବାଇ ଶେଷ ବଲ୍‌ରେ ଜିତି ନେଇଥିଲା। ଦର୍ଶକ ଚୌକା ଛକା ବର୍ଷା ସହ ପିଚ୍‌ ମଝିରେ ପଞ୍ଜାବ ବୋଲର ହାର୍ଡସ୍ ଭିଜୋଇନ୍ ଏବଂ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ହୋଇଥିବା ଉଚ୍ଚବାଚକୁ  ବେଶ୍ ଉପଭୋଗ କରିଥିଲେ। ଈଶାନ କିଶନଙ୍କ ରନ୍ ଆଉଟ୍ ପରେ ପାଣ୍ଡ୍ୟା ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ସେ ଗୋଟିଏ ହେଲେ ବି ବଲ୍‌ର ସମ୍ମୁଖୀନ ହେବା ପୂର୍ବରୁ ଭିଜୋଇନ୍ ତାଙ୍କୁ ଆଖି ଦେଖାଇବା ଆରମ୍ଭ କରି ଦେଇଥିଲେ।  ମ୍ୟାଚ୍‌ରେ ଭିଜୋଇନ୍ କିନ୍ତୁ କୌଣସି ୱିକେଟ୍ ପାଇ ନଥିଲେ। ସେପଟେ ପାଣ୍ଡ୍ୟା ଦ୍ରୁତ ୧୯ ରନ୍ କରିଥିଲେ।  ନିଜ ପ୍ରଥମ ବଲ୍‌ରେ ପାଣ୍ଡ୍ୟାଙ୍କୁ ପ୍ୟାଭିଲିୟନ ଫେରାଇବାରୁ ଭିଜୋଇନ୍ ଅଳ୍ପକେ ବଞ୍ଚିତ ହୋଇଥିଲେ। ବଲ୍ ପାଣ୍ଡ୍ୟାଙ୍କ ଲେଗ୍ ଷ୍ଟମ୍ପକୁ ଛୁଇଁକରି ସୀମା ରେଖା ବାହାରକୁ ଚାଲି ଯାଇଥିଲା। ହେଲେ ବେଲ୍ ଖସି ନଥିବାରୁ ପାଣ୍ଡ୍ୟା ବର୍ତି ଯାଇଥିଲେ।

ସମ୍ବନ୍ଧିତ ଖବର