କଟକ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପ୍ରଥମ ପରାଜୟ ବରଣ କରିଛି। ରେଳବାଇ ବିପକ୍ଷ ପ୍ରଥମ ମ୍ୟାଚ୍କୁ ସହଜରେ ଜିତିଥିବା ଓଡ଼ିଶା ଗୁରୁବାର ଖେଳୁଥିବା ଦ୍ୱିତୀୟ ମ୍ୟାଚ୍ରେ ପଞ୍ଜାବ ନିକଟରୁ ଶୋଚନୀୟ ପରାଜୟ ବରଣ କରିଛି। ଏହି ମ୍ୟାଚ୍ରେ ପଞ୍ଜାବ ୮୬ ରନ୍ରେ ଓଡ଼ିଶାକୁ ପରାସ୍ତ କରିଦେଇଛି। ଟସ୍ ଜିତି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଓଡ଼ିଶା ବୋଲର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ସତ୍ତ୍ୱେ ଗୁରକୀରଟ ସିଂହଙ୍କ ଶତକ ବଳରେ ପଞ୍ଜାବ ୨୨୫ ରନ୍ କରିନେଇଥିଲା। ଗୁରକୀରଟ ଏକାକି ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ। ବ୍ୟକ୍ତିଗତ ଭାବେ ୧୦୬* (୧୨୩ ବଲ୍ ୮ ଚୌକା, ୩ ଛକା) ରନ୍ କରି ଦଳୀୟ ସ୍କୋର୍କୁ ୨୨୫ରେ ପହଞ୍ଚାଇଥିଲେ। ଶେଷ ଓଭରର ପଞ୍ଚମ ବଲ୍ରେ ହିଁ ପଞ୍ଜାବ ପାଳି ଶେଷ ହୋଇଥିଲା। ଓଡ଼ିଶା ପକ୍ଷରୁ ଦୀପକ ବେହେରା ୩, ସୁର୍ଯ୍ୟକାନ୍ତ ପ୍ରଧାନ ୨, ପ୍ରୟାସ ସିଂହ, ବିପ୍ଳବ ସାମନ୍ତରାୟ ଓ ଜୟନ୍ତ ବେହେରା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୪୧ ଓଭରରେ ୧୩୯ ରନ୍ କରି ସମସ୍ତ ଓ୍ଵିକେଟ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅନୁରାଗ ଷଡଙ୍ଗୀ ୨୦, ଗୋବିନ୍ଦ ପୋଦ୍ଦାର ୧୩, ଅରବିନ୍ଦ ସିଂହ ୨୨, ଶେଷଦୀପ ପାତ୍ର ୨୬, ଦୀପକ ବେହେରା ୨୨ ରନ୍ କରିଥିଲା ବେଳେ ଅନ୍ୟକେହି ଦୁଇ ଅଙ୍କ ଛୁଇଁପାରିନଥିଲେ। ପଦାର୍ପଣ ମ୍ୟାଚ ଖେଳୁଥିବା ଓ୍ଵିକେଟ ରକ୍ଷକ ରୋଶନ୍ କୁମାର ରାଓ ମାତ୍ର ୩ ରନ୍ରେ ପାଭିଲିଅନ୍ ଫେରିଥିଲେ। ପଞ୍ଜାବର ବରିନ୍ଦର ସ୍ରନ୍ ୪, ମନପ୍ରିତ୍ ଗୋନି ୩, ମୟଙ୍କ ମରକଣ୍ଡେ ୨, ଗୁରକୀରଟ ସିଂହ ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଓଡ଼ିଶା ତା’ର ତୃତୀୟ ତଥା ପରବର୍ତ୍ତୀ ମ୍ୟାଚ୍ରେ ରବିବାର ଆସାମକୁ ଭେଟିବ।
ପଞ୍ଜାବଠୁ ହାରିଲା ଓଡ଼ିଶା
ବିଜୟ ହଜାରେ ଟ୍ରଫି
/sambad/media/post_attachments/wp-content/uploads/2018/02/Vijay-Hazare.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)