ଆଇପିଏଲ୍‌: ରାଜସ୍ଥାନକୁ ୧୨ ରନ୍‌ରେ ପରାସ୍ତ କଲା କିଙ୍ଗସ୍‌ ଏକାଦଶ ପଞ୍ଜାବ

ମୋହାଲି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୨ତମ ମ୍ୟାଚରେ ରାଜସ୍ଥାନ ରୟାଲସ୍‌କୁ ୧୨ ରନ୍‌ରେ ପରାସ୍ତ କରିଛି କିଙ୍ଗସ୍‌ ଏକାଦଶ ପଞ୍ଜାବ । ଦ୍ୱିତୀୟ ପାଳିରେ ରାଜସ୍ଥାନ ୧୮୩ ରନ୍‌ର ପିଛା କରି ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୦ ରନ୍‌ କରିଛି ।ମୁରଗନ୍‌ ଅଶ୍ୱିନୀ ୧ ଓ୍ଵିକେଟ ନେଇଥିବା ବେଳେ ଓ ମହମ୍ମଦ ଶାମି, ଅର୍ସଦୀପ୍‌ ସିଂ ଓ ରବିଚନ୍ଦ୍ର ଅଶ୍ୱିନୀ ୨-୨ ଟି ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ୧୦ ପଏଣ୍ଟ ହାସଲ କରି ଟେବୁଲ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ପଞ୍ଜାବ।

ରାଜସ୍ଥାନ ପ୍ରଥମ ଓ୍ଵିକେଟ ଭାବରେ ଜୋସ ବଟଲରଙ୍କୁ ହରାଇଥିଲା। ବଟଲର ୧୭ଟି ବଲ ଖେଳି ୨୩ ରନ କରିଥିଲେ। ସେ ଅର୍ସଦୀପଙ୍କ ବଲରେ ଆଉଟ୍‌ ହୋଇଥିଲେ। ରାଜସ୍ଥାନ ୪.୧ ଓଭରରେ ସ୍କୋର ୩୮ ରନରେ ବଟଲର ଆଉଟ ହୋଇଥିଲେ। ରାଜସ୍ଥାନ ୮ ଓଭରରେ ଗୋଟିଏ ଓ୍ଵିକେଟ ହରାଇ ୭୩ ରନ କରିଥିଲା।

ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ (୫୨ ରନ, ୪୭ ବଲ, ୩ ଚୌକା, ୨ ଛକା) ବଳରେ କିଙ୍ଗସ୍‌ ଏକାଦଶ ପଂଜାବ ମଙ୍ଗଳବାର ୧୮୨ ରନ୍‌ କରିଥିଲା। ମୋହାଲିସ୍ଥିତ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଟସ୍‌ ଜିଣି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୮୨ ରନ କରିଛି। ଫଳରେ ରାଜସ୍ଥାନକୁ ୧୮୩ ରନ ଟାର୍ଗେଟ ମିଳିଥିଲା।

ପଂଜାବ ପକ୍ଷରୁ କ୍ରିସ ଗେଲ ୩୦ ରନ, ମୟଙ୍କ ଅଗ୍ରଓ୍ଵାଲ ୨୬ ରନ, ଡାଭିଡ ଓ୍ଵାର୍ଣ୍ଣର ୪୦ ରନ, ନିକୋଲାସ ପୋରାନ ୫ ରନ, ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧୭ ରନ କରିଥିଲେ। ରାଜସ୍ଥାନର ଜୋଫ୍ରା ଆର୍ଚ୍ଚର ସର୍ବାଧିକ ୩ଟି ଓ୍ଵିକେଟ ନେଇଥିବା ବେଳେ ଧଓ୍ଵଲ କୁଲକର୍ଣ୍ଣି, ଜୟଦେବ ଉନାଦକଟ ଓ ଈଶ ସୋଧିଙ୍କୁ ୧-୧ ଓ୍ଵିକେଟ ମିଳିଥିଲା।

ସମ୍ବନ୍ଧିତ ଖବର