ମୁମ୍ବାଇ: ପୁରୁଖା କ୍ୟୁ (ବିଲିୟାର୍ଡସ ଓ ସ୍ନୁକର) ତାରକା ପଙ୍କଜ ଆଡ୍ଭାନି ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇରେ ସଂପୂର୍ଣ୍ଣ ପାରିବାରିକ ସଦସ୍ୟଙ୍କ ଗହଣରେ ୨୩ ଥର ବିଶ୍ବ ବିଜେତା ୩୫ ବର୍ଷ ବୟସ୍କ ଆଡ୍ଭାନି ବୁଧବାର ସେଲିବ୍ରିଟି ବିଉଟିସିଆନ୍ ସାନିୟା ସାଦଦ୍ପୁରୀଙ୍କୁ ବିବାହ କରିଛନ୍ତି। ଉଭୟ ଆଡ୍ଭାନି ଓ ତାଙ୍କ ହେୟାର ଷ୍ଟାଇଲିଷ୍ଟ ପତ୍ନୀଙ୍କ ବିବାହ ଉତ୍ସବ ଦୁଇ ଦିନ ଧରି ଚାରିଆଡ଼େ ପ୍ରସାରିତ ହୋଇଥିଲା। ମଙ୍ଗଳବାର ଦକ୍ଷିଣ ମୁମ୍ବାଇସ୍ଥିତ ଏକ ରେଷ୍ଟୁରାଣ୍ଟ୍ରେ ସଙ୍ଗୀତ୍ ଉତ୍ସବ ଆରମ୍ଭ ହୋଇଥିଲା ବେଳେ ବୁଧବାର ସଂଧ୍ୟାରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବର ଫଟୋକୁ ଆଡ୍ଭାନି ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ପୋଷ୍ଟ କରିଥିଲେ। ଆଡ୍ଭାନି ଏକ କଳାରଙ୍ଗର ସଫାରି ସୁଟ୍ ପରିଧାନ କରିଥିଲା ବେଳେ ସାନିୟା ନାଲି ଲେସ୍ ଗାଉନ୍ ପିନ୍ଧିଥିଲେ। ଏବେ ତାଙ୍କ ନୂଆ ଜୀବନ ପାଇଁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।
ବାହା ହେଲେ ପଙ୍କଜ ଆଡ୍ଭାନି
/sambad/media/post_attachments/wp-content/uploads/2021/01/gjg5jd6gj4dg564jd56g4jg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)