ଆଡିଲେଡ୍: ଭାରତୀୟ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ସୋମବାର ଏଠାରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ୧୧ କ୍ୟାଚ୍ ନେଲେ। ପ୍ରଥମ ପାଳିରେ ୬ କ୍ୟାଚ୍ ନେଇଥିବା ପନ୍ତ୍ ଦ୍ବିତୀୟ ପାଳିରେ ୫ କ୍ୟାଚ୍ ଧରିଲେ। ଏଥି ସହିତ କୌଣସି ଗୋଟିଏ ଟେଷ୍ଟ୍ରେ ମୋଟ ୧୧ କ୍ୟାଚ୍ ନେଇ ପନ୍ତ୍ ବିଶ୍ବ କୀର୍ତିମାନ ପୃଷ୍ଠାରେ ନିଜ ନାମକୁ ଯୋଡ଼ି ଦେଲେ। ମହମ୍ମଦ ସାମିଙ୍କ ବଲ୍ରେ ମିଚେଲ ଷ୍ଟାର୍କଙ୍କ କ୍ୟାଚ୍ ଧରି ପନ୍ତ୍ ବିଶ୍ବ କୀର୍ତିମାନ ସମକକ୍ଷ ହେଲେ। ୨୧ ବର୍ଷ ବୟସ୍କ ପନ୍ତ୍ ଏଭଳି କୀର୍ତିମାନ ପାଇବାରେ ଇଂଲଣ୍ଡ୍ର ଜାକ୍ ରସେଲ୍ (୧୯୯୫ ଦକ୍ଷିଣ ଆଫ୍ରିକା ବିପକ୍ଷ ଜୋହାନ୍ସବର୍ଗ ଟେଷ୍ଟ୍) ଏବଂ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ (୨୦୧୩ ପାକିସ୍ତାନ ବିପକ୍ଷ ଜୋହାନ୍ସବର୍ଗ ଟେଷ୍ଟ୍)ଙ୍କ ସମକକ୍ଷ ହୋଇଛନ୍ତି। ପ୍ରଥମ ଭାରତୀୟ ତଥା ତୃତୀୟ ୱିକେଟ୍ରକ୍ଷକ ଭାବେ ଏଭଳି ସଫଳତା ପାଇଥିବା ପନ୍ତ୍ କିନ୍ତୁ ଅଳ୍ପକେ ବିଶ୍ବ କୀର୍ତିମାନ ପ୍ରତିଷ୍ଠାରୁ ବଞ୍ଚିତ ହୋଇଥିଲେ। ସେ ଯଶ୍ପ୍ରୀତ୍ ବୁମ୍ରାଙ୍କ ବଲ୍ରେ ପ୍ୟାଟ୍ କମିନ୍ସଙ୍କ କ୍ୟାଚ୍ ଛାଡ଼ି ବିଶ୍ବ କୀର୍ତିମାନ ଭଳି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ତଥାପି ପନ୍ତ୍ ଏକ୍ଷେତ୍ରରେ ରିଦ୍ଦିମାନ ଶାହାଙ୍କ ନାମରେ ଥିବା ଭାରତୀୟ କିର୍ତିମାନକୁ ଟପି ଯାଇଛନ୍ତି। ରିଦ୍ଧିମାନ ଗୋଟିଏ ଟେଷ୍ଟ୍ରେ ୧୦ କ୍ୟାଚ୍ ନେଇ ଭାରତୀୟ କୀର୍ତିମାନ ନିଜ ନାମରେ ରଖିଥିଲେ। ଏହି ଟେଷ୍ଟ୍ରେ ମଧ୍ୟ ଗୋଟିଏ ପାଳିରେ ୱିକେଟ୍ ପଛରେ ସର୍ବାଧିକ କ୍ୟାଚ୍ ନେବାର ଭାରତୀୟ କୀର୍ତିମାନ ସମକକ୍ଷ ହୋଇଥିଲେ ପନ୍ତ୍। ସେ ପ୍ରଥମ ପାଳିରେ ୬ କ୍ୟାଚ୍ ନେଇ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ଥିବା ଭାରତୀୟ କୀର୍ତିମାନର ସମକକ୍ଷ ହୋଇଥିଲେ।
ବିଶ୍ବ କୀର୍ତିମାନର ସମକକ୍ଷ ହେଲେ ପନ୍ତ୍
ଗୋଟିଏ ଟେଷ୍ଟ୍ରେ ୧୧ କ୍ୟାଚ୍
/sambad/media/post_attachments/wp-content/uploads/2018/12/2-Wicketkeeper-Pant-equals-world-record-with-11-catches.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)