ନୂଆଦିଲ୍ଲୀ: ଭାରତର ତାରକା ୱିକେଟ୍ ରକ୍ଷକ ବ୍ୟାଟର୍ ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ଦୂତ ଭାବେ ନିଯୁକ୍ତି ମିଳିଛି। ଗୁରୁବାର ନୂଆଦିଲ୍ଲୀସ୍ଥିତ ଉତ୍ତରାଖଣ୍ଡ ସଦନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ପନ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ, ପନ୍ତ ନିଜର ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ନିଜର ଲକ୍ଷ୍ୟ ପୂରଣ କରିଥିଲେ। ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ନିଯୁକ୍ତି ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଯୁବକମାନଙ୍କୁ ଉତ୍ସାହିତ କରିବ। ଉତ୍ତରାଖଣ୍ଡର ଦୂତ ଭାବେ ସମ୍ମାନିତ ହୋଇଥିବାରୁ ପନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ‘‘ରାଜ୍ୟ ପାଇଁ କିଛି କରିବା ଲାଗି ମତେ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ। ଯୁବକମାନଙ୍କୁ ଉନ୍ନତ କ୍ରୀଡ଼ା ପରିବେଶ ଯୋଗାଇବାରେ ରାଜ୍ୟ ସରକାର କାମ କରୁଛନ୍ତି’’ ବୋଲି ପନ୍ତ କହିଛନ୍ତି।
ଉତ୍ତରାଖଣ୍ଡର ଦୂତ ହେଲେ ପନ୍ତ
/sambad/media/post_attachments/wp-content/uploads/2022/08/pant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)