ଲଣ୍ଡନ: ଭଲ ଖେଳୁଥିବା ବେଳେ ଭାରତୀୟ ୱିକେଟ୍ ରକ୍ଷକ ଋଷଭ ପନ୍ତ (୭୪) ଲର୍ଡସ୍ ଟେଷ୍ଟ୍ରେ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସିଧା ଥ୍ରୋ’ରେ ନିଜ ୱିକେଟ୍ ହରାଇବା ପୂର୍ବରୁ କିନ୍ତୁ ଇଂଲଣ୍ଡରେ ଭ୍ରମଣକାରୀ ୱିକେଟ୍ ରକ୍ଷକ ଭାବେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ଭାରତୀୟ କ୍ରିକେଟ୍ର ଅନ୍ୟତମ ମହାନ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇ ସାରିଥିଲେ ସେ।
ଧୋନି ଇଂଲଣ୍ଡରେ ୨୩ ପାଳି ଖେଳି ୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ପନ୍ତ ତାଙ୍କଠାରୁ ତିନିଟି କମ୍ ଅର୍ଥାତ୍ ୨୦ ପାଳିରେ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି। ଭ୍ରମଣକାରୀ ୱିକେଟ୍ ରକ୍ଷକ ଭାବେ ଇଂଲଣ୍ଡରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବାରେ ଏହି ଦୁଇ ଜଣଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଜନ୍ ୱେଟ୍କ (୭ ଅର୍ଦ୍ଧଶତକ, ୨୭ ପାଳି), ଅଷ୍ଟ୍ରେଲିଆର ରଡ୍ନି ମାର୍ସ (୬ ଅର୍ଦ୍ଧଶତକ, ୩୫ ପାଳି) ଏବଂ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କ୍ୟାମେରୁନ୍ (୫ ଅର୍ଦ୍ଧଶତକ, ୧୪ ପାଳି) ରହିଛନ୍ତି।