ୱିକେଟ୍ ପଛପଟେ ୫୦ ଡିସମିସାଲ୍ (ଆଉଟ୍ କରାଇବା) ସହିତ ଯୁବ ତାରକା ଋଷବ ପନ୍ତ୍ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମାଇଲଖୁଣ୍ଟକୁ ଅତିକ୍ରମ କରିଯାଇଛନ୍ତି। ସାବିନା ପାର୍କରେ ନିଜ ଖେଳ ଜୀବନର ୧୧ତମ ଟେଷ୍ଟ୍ ଖେଳୁଥିବା ପନ୍ତ୍ ରବିବାର ଈଶାନ୍ତ ଶର୍ମାଙ୍କ ବୋଲିଂରେ କ୍ରେଗ୍ ବ୍ରାଥ୍ୱେଟ୍ଙ୍କ କ୍ୟାଚ୍ ନେଇ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏ କ୍ଷେତ୍ରରେ ପନ୍ତ୍ ଦ୍ରୁତତମ ଭାରତୀୟ ହୋଇଛନ୍ତି। ଧୋନି ୧୫ ଟେଷ୍ଟ୍ ଖେଳି ୫୦ ଡିସମିସାଲ୍ କରିଥିବାବେଳେ ୨୧ ବର୍ଷୀୟ ପନ୍ତ୍ ନିଜର ୧୧ତମ ଟେଷ୍ଟ୍ରେ ଏହା ଛୁଇଁଛନ୍ତି। ଅଷ୍ଟ୍ରେଲିଆର ଆଡାମ୍ ଗିଲକ୍ରିଷ୍ଟ ମଧ୍ୟ ସମାନ ୧୧ ଟେଷ୍ଟ୍ରୁ ୫୦ ଡିସମିସାଲ୍ କରିଥିଲେ। ଏ କ୍ଷେତ୍ରରେ ପନ୍ତ୍ ବିଶ୍ବ କ୍ରିକେଟ୍ରେ କେବଳ ଗୋଟିଏ ଟେଷ୍ଟ୍ ପାଇଁ ମିଳିତ ଶୀର୍ଷରେ ଥିବା ୩ ଜଣଙ୍କ ପଛକୁ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର, ଇଂଲଣ୍ଡର ଜନି ବେୟାରଷ୍ଟୋ ଏବଂ ଅଷ୍ଟ୍ରେଲିଆର ଟିମ୍ ପେନ୍ ସମାନ ୧୦ ଟେଷ୍ଟ୍ ଖେଳି ୫୦ ଆଉଟ୍ କରିଥିଲେ। ପୂର୍ବରୁ ଗୋଟିଏ ଟେଷ୍ଟ୍ରେ ସର୍ବାଧିକ ୧୧ କ୍ୟାଚ୍ ନେଇ ପନ୍ତ୍ ମଧ୍ୟ ଏକ ବିଶ୍ବ କୀର୍ତ୍ତିମାନକୁ ନିଜ ନାମରେ କରିଥିଲେ। ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟ୍ରେ ସେ ମୋଟ ୧୧ କ୍ୟାଚ୍ ନେଇ ଇଂଲଣ୍ଡର ଜ୍ୟାକ୍ ରସେଲ ଏବଂ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସଙ୍କ ସମକକ୍ଷ ହୋଇଥିଲେ। ପନ୍ତ୍ ଅଦ୍ୟାବଧି ୨୦ କ୍ୟାଚ୍ ନେଇ ମଧ୍ୟ ଆଉ ଏକ ଭାରତୀୟ କୀର୍ତ୍ତିମାନକୁ ନିଜ ନାମରେ କରିଛନ୍ତି।
ଧୋନିଙ୍କ ମାଇଲଖୁଣ୍ଟ କାଟିଲେ ପନ୍ତ୍
/sambad/media/post_attachments/wp-content/uploads/2019/09/zxfvsgsfhgdjfhkhkkhg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)