କେପଟାଉନ ଟେଷ୍ଟ : ଋଷଭ ପନ୍ତଙ୍କ ଶତକ, ଭାରତ ୨ୟ ଇନିଂସରେ ୧୯୮ରେ ଅଲଆଉଟ୍

କେପଟାଉନ : କେପଟାଉନଠାରେ ଖେଳାଯାଉଥିବା ୩ୟ ଟେଷ୍ଟରେ ଭାରତ ନିଜର ୨ୟ ଇନିଂସରେ ୧୯୮ରନରେ ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ବିଜୟ ପାଇଁ ୨୧୨ ରନର ଲକ୍ଷ୍ୟ ରହିଛି ।

୨ୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଏହି ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଋଷଭ ପନ୍ତଙ୍କ ଶତକ । ଏହି ଶତକ ବଳରେ ଭାରତ ନିଜର ୨ୟ ଇନିଂସରେ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ପନ୍ତଙ୍କ ପରେ ଅଧିନାୟକ ବିରାଟ କୋହଲି ୨ୟ ସର୍ବାଧିକ ୨୯ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ୪ଟି ଓ୍ବିକେଟ ନେଇଥିବାବେଳେ କାସିଗୋ ରବାଡା ୩ ଓ୍ବିକେଟ ଓ ଲୁଙ୍ଗି ଏନଗିଡି ୩ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୨୨୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୧୦ ରନ କରି ଅଲଆଉଟ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ଭାରତ ୧୩ ରନରେ ଆଗୁଆ ରହିଥିଲା ।

 

ସମ୍ବନ୍ଧିତ ଖବର