ହେଡିଙ୍ଗଲେ : ହେଡିଙ୍ଗଲେ ଟେଷ୍ଟରେ ଭାରତ ଏକ ବିଶାଳ ସ୍କୋର ଆଡ଼କୁ ଗତି କରୁଛି । ଗତ କାଲି ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲଙ୍କ ଶତକ ପରେ ଆଜି ଋଷଭ ପନ୍ତ ମଧ୍ୟ ଶତକ ଅର୍ଜନ କରିଛନ୍ତି । ଏହା ଫଳରେ ପ୍ରଥମ ଇନିଂସରେ ଭାରତ ସର୍ବଶେଷ ସୂଚନା ଅନୁସାରେ ୩ ଓ୍ବିକେଟ ହରାଇ ୪୧୯ ରନ କରିଛି । ଋଷଭ ପନ୍ତ ୧୪୬ଟି ବଲରୁ ଶତକ ଅର୍ଜନ କରିଥିଲେ । 

Advertisment

ଏହି ମ୍ୟାଚରେ ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ବ୍ୟାଟିଂ ଓପନ କରିଥିଲେ। କେଏଲ ରାହୁଲ ୪୨ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ତେବେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ସାଇ ସୁଦର୍ଶନ ଖାତା ଖୋଲିପାରିନଥିଲେ । ତାଙ୍କ ପରେ ଆସିଥିବା ଶୁଭମନ ଗିଲ୍ ସତର୍କତାର ସହ ବ୍ୟାଟିଂ କରି ଜୟସ୍ବାଲଙ୍କ ସହ ଏକ ଭଲ ପାର୍ଟନରସିପ କରିଥିଲେ । ଜୟସ୍ବାଲ ମାତ୍ର ୧୫୬ ବଲରେ ଶତକ ପୂରଣ କରିଥିଲେ । ଜୟସ୍ବାଲ ୧୦୧ ରନ କରି ଆଉଟ ହେବା ପରେ ଶୁଭମନ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଶତକ ପୂରଣ କରିଥିଲେ । ସେ ଋଷଭ ପନ୍ତଙ୍କ ସହ ମିଶି ଏକ ଭଲ ପାର୍ଟନରସିପ କରିଥିଲେ । ମ୍ୟାଚର ଦ୍ବିତୀୟ ଦିନରେ ଉଭୟ ବ୍ୟାଟ୍ସମ୍ୟାନ ଭାରତୀୟ ଇନିଂସକୁ ଆଗେଇ ନେବା ସହ ଦଳୀୟ ସ୍କୋରକୁ ୪୦୦ ସେପଟକୁ ନେଇଯାଇଥିଲେ। ଋଷଭ ପନ୍ତ ୧୪୬ଟି ବଲରୁ ଶତକ ଅର୍ଜନ କରିଥିଲେ । ଇଂଲଣ୍ଡ ପକ୍ଷରୁ ବ୍ରାଇଡନ କାର୍ସେ ଗୋଟିଏ ଓ ବେନ ଷ୍ଟୋକ୍ସ ଦୁଇଟି ଓ୍ବିକେଟ ନେଇଥିଲେ ।