ବେଙ୍ଗାଲୁରୁ: ବେଙ୍ଗାଲୁରୁସ୍ଥିତ ନ୍ୟାସ୍ନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ଆହତ ପରର ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ଥିବା ଭାରତୀୟ ଦଳର ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ ମଙ୍ଗଳବାର କିଛି ସମୟ ୧୬ ବର୍ଷରୁ କମ୍ କ୍ରିକେଟର୍ଙ୍କ ସହ ବିତାଇଛନ୍ତି। ଏନ୍ସିଏରେ ୧୬ ବର୍ଷରୁ କମ୍ ହାଇ ପର୍ଫମାନ୍ସ ଶିବିରରେ ଯୋଡ଼ି ହୋଇଥିବା ବାଳକମାନେ ଏହି ଅବସରରେ ପନ୍ତଙ୍କ ସହ ବାର୍ତାଳାପର ସୁଯୋଗ ପାଇଥିଲେ। ଶିବିରାର୍ଥୀମାନେ ପନ୍ତ୍ଙ୍କଠାରୁ କ୍ରିକେଟ୍ ଓ ଜୀବନ ସଂପର୍କରେ ପ୍ରେରଣା ପାଇଥିଲା ବେଳେ କଠିନ ପରିଶ୍ରମ ଓ ଆହୁରି ଅନେକ କିଛି ଶିକ୍ଷା ଗ୍ରହଣ କରିଥିଲେ। ପନ୍ତଙ୍କ ସହ ଯୁବ କ୍ରିକେଟର୍ମାନେ ସମୟ ସେୟାର କରିପାରିଥିବାରୁ ଅତ୍ୟନ୍ତ ଖୁସୀ ବୋଲି ବିସିସିଆଇ ଟ୍ବିଟ୍ କରିଛି। ସୂଚନାଯୋଗ୍ୟ, ଗତ ଡିସେମ୍ବରରେ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପନ୍ତ୍ ଏନ୍ସିଏରେ ଚିକିତ୍ସିତ ହେଉଛନ୍ତି। ସେ ମଧ୍ୟ କିଛି ଦିନ ଧରି ବିନା ସାହାରା (ଆଶା ବାଡ଼ି ବିନା)ରେ ଚାଲିପାରୁଥିବାର ତାଜା ଖବର ଭାରତୀୟ ପ୍ରଶଂସକଙ୍କ ପାଇଁ ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି।
ଏନ୍ସିଏରେ ୧୬ ବର୍ଷରୁ କମ୍ କ୍ରିକେଟର୍ଙ୍କ ଗହଣରେ ପନ୍ତ୍
/sambad/media/post_attachments/wp-content/uploads/2023/05/5465465hsfhsffshsfh.jpg)