କିପରି କରୋନା ସଂକ୍ରମିତ ହେଲେ ଋଷଭ ପନ୍ତ, ଫୁଟବଲ ଷ୍ଟାଡିୟମରୁ ନା କ୍ଲିନିକରୁ ?

ଲଣ୍ଡନ : ଟିମ ଇଣ୍ଡିଆର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଜଣେ ସହାୟକ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଟିମ ଇଣ୍ଡିଆର ଚିନ୍ତା ବଢିଯାଇଛି । ଅନ୍ୟ କୌଣସି ସଦସ୍ୟଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲେ ବି ଆଗକୁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ଟିମ ମ୍ୟାନେଜମେଣ୍ଟର କଠୋର କଟକଣା ସତ୍ତ୍ବେ ପନ୍ତ କିପରି ସଂକ୍ରମିତ ହେଲେ ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଗତ କାଲି ଖବର ପ୍ରକାଶ ପାଇଥିଲା ଯେ ପନ୍ତ ଲଣ୍ଡନ ସ୍ଥିତି ଓ୍ବିମ୍ବଲି ଷ୍ଟାଡିୟମକୁ ୟୁରୋ କପ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ । ସେଠାରେ ସେ ବିନା ମାସ୍କରେ ଦର୍ଶକଙ୍କ ଗହଳିରେ ବସି ମ୍ୟାଚ ଉପଭୋଗ କରିଥିଲେ ।

କିନ୍ତୁ ଆଜି ପ୍ରକାଶିତ ଆଉ ଏକ ଗମମାଧ୍ୟମ ରିପୋର୍ଟ ଅନୁସାରେ ସେ ଗତ ୫ ଓ ୬ ତାରିଖରେ ଲଣ୍ଡନର ଏକ ଦନ୍ତ ଚିକିତ୍ସା କ୍ଲିନିକକୁ ଯାଇଥିଲେ । ସେଠାରୁ ସେ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି । କ୍ଲିନିକରୁ ଆସିବା ପରଦିନ ଅର୍ଥାତ ୭ ତାରିଖରେ ସେ ଲଣ୍ଡନରେ ୨ୟ ଡୋଜ ଟିକା ନେଇଥିଲେ ।

ସମ୍ବନ୍ଧିତ ଖବର