ପ୍ରେମିକାଙ୍କ ସହ ନୂଆ ବର୍ଷର ମଜା ନେଲେ ପନ୍ତ୍‌

ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୦କୁ ବିଭିନ୍ନ କ୍ରୀଡ଼ାବିତ୍‌ମାନେ ବିଦେଶରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ଏପରି ଏକ ସୁଯୋଗକୁ ଭାରତୀୟ ଯୁବ ଉଇକେଟ୍‌ରକ୍ଷକ ଋଷବ ପନ୍ତ୍‌ ହାତଛଡ଼ା କରିନାହାନ୍ତି। ବରଫ ଆଚ୍ଛାଦିତ ପାର୍ବତ୍ୟ ଇଲାକାରେ ପନ୍ତ୍‌ ନିଜ ପ୍ରେମିକା ଈଶା ନେଗିଙ୍କ ସହ ନୂଆ ବର୍ଷର ଭରପୁର ମଜା ଉଠାଇଛନ୍ତି। ପ୍ରେମିକା ଈଶାଙ୍କ ସହିତ ଖୁସି ମନାଉଥିବାର ଏକ ଫଟୋ ଶୁକ୍ରବାର ପନ୍ତ୍‌ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। ଫଟୋ ଛାଡ଼ିବା ସହ ପନ୍ତ୍‌ ଲେଖିଛନ୍ତି, “ମୁଁ ମୋ ନିଜକୁ ବେଶି ପସନ୍ଦ କରେ ଯେତେବେଳେ ମୁଁ ତମ ସହିତ ଥାଏ।” ଈଶା ମଧ୍ୟ ସମାନ ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଛାଡିଛନ୍ତି ଏବଂ ଲେଖିଛନ୍ତି, “ପଞ୍ଚମ ବର୍ଷ ଏବଂ ଆଗକୁ ଚାଲିଛି।”

ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଶୃଙ୍ଖଳା ପରେ ମିଳିଥିବା କିଛିଦିନର ଛୁଟିକୁ ଭାରତୀୟ କ୍ରିକେଟର୍ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ୫ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଥିବା ବେଳେ ବଡ଼ଦିନ ଓ ନୂତନ ବର୍ଷକୁ ଭିନ୍ନ ଭିନ୍ନ ସ୍ଥାନରେ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି ଭାରତୀୟ କ୍ରିକେଟର୍। ନିକଟରେ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ପ୍ରେମିକା ନତାସା ଷ୍ଟାଙ୍କୋଭିକଙ୍କ ସହ ନିର୍ବନ୍ଧ ସଂପନ୍ନ କରିସାରିଛନ୍ତି।

ସମ୍ବନ୍ଧିତ ଖବର